ଝାମ୍ପିନେଲେ ସୁନା ଚେନ

0
111
chain loot

ଜଟଣୀ: ଖୋର୍ଦ୍ଧ। ଜିଲ୍ଲା ଜଟଣୀ ମୁଖ୍ୟ ରାସ୍ତାର ମହୁଲ ଗୁଡ଼ିଆ ଛକ ନିକଟରୁ ଦିନ ଦ୍ୱିପହରେ ଜଣେ ମହିଳାଙ୍କ ବେକରୁ ସୁନା ଚେନ୍‌ ଝାମ୍ପି ନେଇଛନ୍ତି ଲୁଟେରା। ସୂଚନା ଅନୁସାରେ, ପୁରୀରୁ ବଳରାମ ମହାପାତ୍ର ପତ୍ନୀଙ୍କ ସହ ସ୍କୁଟି ଯୋଗେ ବଡ଼ ନୂଆଗାଁକୁ ଆସୁଥିବା ବେଳେ ଶନିବାର ଅପରାହ୍ନ ପ୍ରାୟ ୧୨ଟାରେ ଏକ ବାଇକ୍‌ରେ ଦୁଇ ଜଣ ଦୁର୍ବୃତ୍ତ ଆସି ପତ୍ନୀଙ୍କ ବେକରୁ ୩ଭରିର ସୁନା ଚେନ୍‌ ଝାମ୍ପିନେଇ ଫେରାର ହୋଇଯାଇଥିଲେ। ସେପଟେ ବଳରାମଙ୍କ ଜଟଣୀ ଥାନାରେ ଯାଇ ଏତଲା ହେବାପରେ ପୁଲିସ୍‌ ଛାନଭିନ ଆରମ୍ଭ କରିଛି।