କଂଗ୍ରେସ ଚେୟାରମ୍ୟାନ ସତ୍ୟପ୍ରକାଶ: ପିସି କଲଚର ଆପଣାଇଛନ୍ତି ରାଜ୍ୟସରକାର

0
175

ଭୁବନେଶ୍ୱର: ଆଜି ଏକ ସାମ୍ବାଦିକ ସମ୍ମିଳନୀରେ କଂଗ୍ରେସ ଚେୟାରମ୍ୟାନ ସତ୍ୟପ୍ରକାଶ ନାୟକ ଏବଂ ଶ୍ରୀମତୀ ସୋନାଲି ସାହୁ ଓ ଶ୍ରୀଯୁକ୍ତ ମନୋଜ ଉପସ୍ଥିତ ରହି ରାଜ୍ୟସରକାରଙ୍କ ପିସି କଲଚର ସମ୍ପର୍କରେ ଗଣମାଧ୍ୟମକୁ ସୂଚନା ଦେଇଛନ୍ତି। ତାଙ୍କ କହିବା ଅନୁଯାୟୀ ପ୍ରତିବର୍ଷ ଲକ୍ଷ ଲକ୍ଷ ଇଂଜିନିୟରିଂ ଛାତ୍ରଛାତ୍ରୀ ବେକାରହୋଇ ବୁଲୁଥିବା ବେଳେ ଦୁର୍ନୀତି ଅଭିଯୁକ୍ତ ଅବସର ପ୍ରାପ୍ତ ଅଧିକାରୀମାନଙ୍କୁ ପୁନର୍ବାର ଥଇଥାନ କରାଯାଉଛି। ନିକଟରେ ମୁଖ୍ୟମନ୍ତ୍ରୀ ରାଜ୍ୟରେ ବ୍ୟାପକ ପିସି କାରବାର ହେଉଛି ବୋଲି ସଫେଇ ଦେଇଛନ୍ତି। ପିସିତ ବନ୍ଦ ହୋଇନି ବରଂ ସରକାରଙ୍କ ପାଇଁ ପିସି ଜରିଆରେ ନିର୍ବାଚନ ପାଣ୍ଠି ଯୋଗାଡ଼ କରିବା ନିମନ୍ତେ କିଛି ନିର୍ଦ୍ଧିଷ୍ଟ ପ୍ରାର୍ଥୀ ପୂର୍ତ ବିଭାଗରେ ଥଇଥାନ ହୋଇଛନ୍ତି। ମୁଖ୍ୟମନ୍ତ୍ରୀ ନିଜ ପ୍ରିୟ ସଚିବ ନଳିନୀ ପ୍ରଧାନଙ୍କୁ ଅବସର ପରେ ପୁଣି ବର୍ଷିକିଆ ଥଇଥାନ କରିବାର ଉଦ୍ଦେଶ୍ୟ ସ୍ପଷ୍ଟ ବାରି ହୋଇପଡୁଛି ବୋଲି ସେ କହିଛନ୍ତି। ସୁବର୍ଣ୍ଣପୁର ବ୍ରିଜ ଭୁଶୁଡିବା, ଜାତ ମୁଣ୍ଡିଆ ବ୍ରିଜ ଭୁଶୁଡିବା, ପୁରୀର ନେତାପୁର ବ୍ରିଜ ଭୁଶୁଡିବା, କଟକ କାଠଯୋଡ଼ି ବ୍ରିଜରେ ୩୫ କୋଟି ଟଙ୍କାର ଦୁର୍ନୀତି, ବମିଖାଲ ଓଭରବ୍ରିଜ, ଜଟଣୀ ଓଭରବ୍ରିଜ,ଗୁରୁପ୍ରିୟା ସେତୁ ଭୁଶୁଡିବା ଏବଂ ସେହି ସେତୁରେ ୭୪ କୋଟିର ଘୋଟାଲାକୁ ସିଏଜି ଧରିଥିଲେ ମଧ୍ୟ ସରକାର ଏ ସମସ୍ତ ତଥ୍ୟକୁ ଆଖି ବୁଜିଛନ୍ତି ବୋଲି କହିଛି କଂଗ୍ରେସ। ତେବେ ଏହିସବୁ ସଂସ୍ଥା ଗୁଡିକୁ ବ୍ଳାକଲିଷ୍ଟ ଅନ୍ତର୍ଭୁକ୍ତ କରାଯାଉ ବୋଲି କଂଗ୍ରେସ ରାଜ୍ୟସରକାରଙ୍କ ନିକଟରେ ଦାବି ରଖିଛି। ୨୦୧୮ରେ ପୁନର୍ବାର ସରକାର ୩୩ଜଣ ଅବସରପ୍ରାପ୍ତ ଯନ୍ତ୍ରୀଙ୍କୁ ଏସଡି ଆକାରରେ ପୁନଃ ନିଯୁକ୍ତି ଦେଇଛନ୍ତି। ଏଥିରେ ସରକାରଙ୍କ ନିଯୁକ୍ତି ପ୍ରକ୍ରିୟା ସ୍ପଷ୍ଟ ବୋଲି କଂଗ୍ରେସ ଗଣମାଧ୍ୟମକୁ ଜଣାଇଛି।