ମୁଖ୍ୟମନ୍ତ୍ରୀଙ୍କ ବୟାନ: ‘ଆୟୁଷ୍ମାନ’ ଠାରୁ ‘ବିଜୁ ସ୍ୱାସ୍ଥ୍ୟ କଲ୍ୟାଣ’ ଭଲ

0
118
chief minister enunciation: 'bijuswasthya kalyan'best form 'ayusman'

ଭୁବନେଶ୍ୱର: ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଆଜି ଭୁବନେଶ୍ୱରରେ ବିଜେଡ଼ି ଜନସମ୍ପର୍କ ପଦଯାତ୍ରା ସମାବେଶରେ ଯୋଗଦେଇ କେନ୍ଦ୍ର ସରକାରଙ୍କ ‘ଆୟୁଷ୍ମାନ’ ଯୋଜନାଠାରୁ ରାଜ୍ୟ ସରକାରଙ୍କ ‘ବିଜୁ ସ୍ୱାସ୍ଥ୍ୟ କଲ୍ୟାଣ’ ଯୋଜନା ବହୁତ ଭଲ ବୋଲି କହିଥିଲେ । ବିଜେପିର ସମାଲୋଚନାକୁ ଲକ୍ଷ୍ୟ କରି ମୁଖ୍ୟମନ୍ତ୍ରୀ କଟାକ୍ଷ କରିଥିଲେ । କହିଥିଲେ, ରୋଗ କ’ଣ ବିପିଏଲ୍ କାର୍ଡ ଦେଖି କି ଆସେ? ଦୁର୍ଘଟଣା କ’ଣ ବିପିଏଲ୍ କାର୍ଡ ଦେଖି କି ଆସେ? ଯାହାର ବିପିଏଲ୍ କାର୍ଡ ନାହିଁ, ସେ କ’ଣ କରିବ? ମୁଖ୍ୟମନ୍ତ୍ରୀ କହିଥିଲେ, ସବୁ ଲୋକଙ୍କୁ ସ୍ୱାସ୍ଥ୍ୟ ସେବା ଯୋଗାଇବା ପାଇଁ ରାଜ୍ୟ ସରକାର ପଦକ୍ଷେପ ନେଇଛନ୍ତି । ଆୟୁଷ୍ମାନ ଯୋଜନାରେ କେବଳ ବିପିଏଲ୍ କାର୍ଡ ହୋଲଡର ମାନେ ସୁବିଧା ପାଇବେ । କିନ୍ତୁ ବିଜୁ ସ୍ୱାସ୍ଥ୍ୟ କଲ୍ୟାଣ ଯୋଜନାରେ ଓଡ଼ିଶାର ସବୁ ନାଗରିକ ସୁବିଧା ପାଇବେ । ଓଡ଼ିଶାର ଲୋକମାନେ ରାଜ୍ୟ ବାହାରେ ମଧ୍ୟ ଚିକିତ୍ସା ସୁବିଧା ପାଇବେ । ଓଡ଼ିଶା ବାହାରେ ରହୁଥିବା ଓଡ଼ିଆମାନେ ମଧ୍ୟ ଏ ସୁବିଧା ପାଇବେ