ଆଜି ଶିଶୁ ଦିବସ ଅବସରରେ ଜବାହାରଲାଲ ନେହେରୁଙ୍କ ଜନ୍ମ ଦିବସ ପାଳନ କରାଯିବ

0
106

ଭୁବନେଶ୍ୱର:ଆଜି ହେଉଛି ଶିଶୁ ଦିବସ । ଆଜିର ଦିନକୁ ଭାରତର ପ୍ରଥମ ପ୍ରଧାନମନ୍ତ୍ରୀ ପଣ୍ଡିତ ଜବାହାରଲାଲ ନେହେରୁଙ୍କ ଜନ୍ମ ଦିବସ ଭାବରେ ପାଳନ କରାଯାଏ । କୁନି କୁନି ପିଲାମାନଙ୍କ ପ୍ରତି ନେହେରୁଙ୍କ ଗଭୀର ସେହ୍ନ, ଶ୍ରଦ୍ଧା ଓ ଭଲପାଇବା ଥିଲା । ଏଥିପାଇଁ ପ୍ରତିବର୍ଷ ତାଙ୍କ ଜନ୍ମ ଦିନକୁ ଶିଶୁ ଦିବସ ଭାବେ ପାଳନ କରାଯାଇଥାଏ। ନବ ଭାରତର ନିର୍ମାଣରେ ତାଙ୍କର ଅବଦାନକୁ ଆଜି ମନେ ପକାଉଛି ସାରା ଦେଶ । ପିଲାମାନେ ନେହେରୁଙ୍କୁ ସ୍ନେହରେ ଚାଚା ବୋଲି ସମ୍ବୋଧନ କରୁଥିଲେ । ଶିଶୁ ଦିବସ ଅବସରରେ ଦେଶରେ ବିଭିନ୍ନ ସ୍ଥାନରେ ଆଜି କାର‌୍ୟ୍ୟକ୍ରମମାନ ଅନୁଷ୍ଠିତ ହେଉଛି । ଏହି ଦିବସକୁ ନେଇ ପିଲାମାନେ ବହୁତ ଖୁସି ଅଛନ୍ତି।