ଆସୁଛି ‘ଅଜବ ସଞ୍ଜୁର ଗଜବ ଲଭ୍‌’

0
109

ପୁରୀ: ସୋମବାର ବୀରଗୋବିନ୍ଦପୁର ସ୍ଥିତ ମା’ ଦକ୍ଷିଣକାଳୀଙ୍କ ପୀଠରେ ‘ଅଜବ ସଞ୍ଜୁର ଗଜବ୍‌ ଲଭ୍‌’ ସିନେମାର ଶୁଭ ମହୁରତ୍‌ ଅନୁଷ୍ଠିତ ହୋଇଯାଇଛି। ଛାଇଶ୍ରଦ୍ଧା ଟେଲି ପ୍ରଡକ୍ସନର ଏହା ଦ୍ୱିତୀୟ ଚଳଚ୍ଚିତ୍ର। ଏହି ଚଳଚ୍ଚିତ୍ରରେ ଅଶୋକ ପତି ନିର୍ଦ୍ଦେଶନା ଦେଉଥିବାବେଳେ, ପ୍ରେମାନନ୍ଦ ମ୍ୟୁଜିକ୍‌ ନିର୍ଦ୍ଦେଶନା ଦେଇଛନ୍ତି। ଏହି ଫିଲ୍ମରେ ନାୟକ ଭୂମିକାରେ ବାବୁଶାନ ଓ ନାୟିକା ଭୂମିକାରେ ଅର୍ଚ୍ଚିତା ନଜର ଆସିବେ। ଏହି ଚଳଚ୍ଚିତ୍ରରେ ଖଳନାୟକ ଭୂମିକାରେ ଅଭିଜିତ୍‌ଙ୍କୁ ଦେଖିବାକୁ ପାଇବେ ଦର୍ଶକ। ଏଥିରେ ମୁଖ୍ୟ ଭୂମିକାରେ ମିହିର ଦାସ, ବବି ମିଶ୍ର, ଅପରାଜିତା ପ୍ରମୁଖ ଅଭିନୟ କରୁଛନ୍ତି।