ଜାମିନରେ ମୁକୁଳିଲେ ପୂର୍ବତନ ସାଂସଦ

0
128
Congress Leader Pradeep Majhi Granted Bail

ଜୟପୁର: ଦୁରୁଆ ସମାଜକୁ ଆଦିବାସୀ ମାନ୍ୟତା ଦାବି ନେଇ ୨୦୧୫ରେ କରାଯାଇଥିବା ଆନ୍ଦୋଳନ,ରାସ୍ତା ରୋକ ମାମଲାରେ ସଂପୃକ୍ତ କଂଗ୍ରେସ ନେତାମାନଙ୍କୁ ଜାମିନ ମିଳିଛି। ମଙ୍ଗଳବାର ଦିନ ଜୟପୁର ଏସଡିଜିଏମ କୋର୍ଟ କଂଗ୍ରେସ ନେତା ଓ ଦୁରୁଆ ସମାଜର ନେତାମାନଙ୍କୁ ଜାମିନ ମଂଜୁର କରିଛି। ସୂଚନା ଯୋଗ୍ୟ, ଦୁରୁଆ ସମାଜକୁ ଆଦିବାସୀ ମାନ୍ୟତା ଦେବାକୁ ଦାବି କରାଯାଇଥିଲା। ଏହି ଦାବିରେ ପୂର୍ବତନ ସହସଦ ପ୍ରଦୀପ ମାଝି,ନବରଙ୍ଗପୁର ଜିଲ୍ଲା କଂଗ୍ରେସ ସଭାପତି ମୁନା ତ୍ରିପାଠୀ,କୋଟପ୍ଧଙ୍ଗ ବିଧାୟକ ଚନ୍ଦ୍ରଶେଖର ମାଝି,ଲକ୍ଷ୍ମୀପୁର ବିଧାୟକ କୈଳାଶ କୁଳସିକା ପ୍ରମୁଖ ଭାଗ ନେଇଥିଲେ । ସେମାନେ ବୈପାରୀଗୁଡା ଠାରେ ଆନ୍ଦୋଳନ କରିବା ସହ ରାସ୍ତାରୋକ କରିଥିଲେ। ୨୦୧୫ ଜୁନ ୨୪ରେ ହୋଇଥିବା ଏହି ମାମଲାରେ ସଂପୃକ୍ତ କଂଗ୍ରେସ ନେତାମାନଙ୍କ ନାମରେ ମାମଲା ରୁଜୁ ହୋଇଥିଲା। ଆଜି ଜୟପୁର ଏସଡିଜେଏମ କୋର୍ଟରେ ଏହି ନେତାମାନେ ହାଜର ହୋଇଥିଲେ। ପରେ ସେମାନଙ୍କ ଜାମିନ ମଂଜୁର ହୋଇଅଛି ।