ରାଉରକେଲାରେ କଂଗ୍ରେସର ବିକ୍ଷୋଭ ଓ ପଥପ୍ରାନ୍ତ ସଭା

0
104
congress strike in raulkela

ରାଉରକେଲା: ଆଜି ରାଉରକେଲା ଜିଲ୍ଲା କଂଗ୍ରେସ ତରଫରୁ ବିର୍ସା ଛକ ସ୍ଥିତ ଷ୍ଟେଟ ବ୍ୟାଙ୍କ ଅଫ ଇଣ୍ଡିଆ ମୁଖ୍ୟ ଶାଖା ପାଶ୍ୱର୍ରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ଦ୍ୱାରା, ବିମୁଦ୍ରୀକରଣର ଦୁଇବର୍ଷ ପୂର୍ତି ଉପଲକ୍ଷେ ଏକ ପଥପ୍ରାନ୍ତ ସଭା ଓ ବିକ୍ଷୋଭ ସଭାର ଆୟୋଜନ କରାଯାଇଥିଲା । ଏହି ଅବସରରେ ରାଉରକେଲା ଜିଲ୍ଲା କଂଗ୍ରେସର ସଭାପତି ଓ ରବି ରାୟଙ୍କ ନେତୃତ୍ୱରେ କଂଗ୍ରେସ କର୍ମୀ ମାନେ ବିକ୍ଷୋଭ ପ୍ରଦର୍ଶନ କରିଥିଲେ । ବିମୁଦ୍ରୀକରଣ ଯୋଗୁ ଭାରତର ଆବାଳବୃଦ୍ଧ ବନିତା କିପରି ଭାବେ ବହୁ ମାତ୍ରାରେ ପ୍ରଭାବିତ ହୋଇଥିଲେ ତାହା ଜଣେ ଜଣେ କଂଗ୍ରେସ ନେତା ନିଜ ବକ୍ତବ୍ୟରେ ପ୍ରକାଶ କରିଥିଲେ । ପ୍ରଧାନମନ୍ତ୍ରୀ ହେବାପୂର୍ବରୁ ମୋଦୀଜୀ ଜନସାଧାରଣଙ୍କୁ ଯେଉଁ ପ୍ରତିଶୃତି ପ୍ରଦାନ କରିଥିଲେ, ତାହା ଧୂଆଁବାଣ ବୋଲି ପ୍ରତ୍ୟେକ ନାଗରିକ ହୃଦବୋଧ କରୁଛନ୍ତି । ଏହି ପଥପ୍ରାନ୍ତ ସଭାରେ ପୂର୍ବତନ ବିଧାୟକ ପ୍ରଭାତ ମହାପାତ୍ର,ପ୍ରଦେଶ କଂଗ୍ରେସ ସମ୍ପାଦକ ରଶ୍ମୀ ରଂଜନ ପାଢୀ, କାର୍ଯ୍ୟକାରୀ ସଭାପତି ସବିର ହୁସେନ ରାମପ୍ରସାଦ ଜୟସ୍ୱାଲ, ବରିଷ୍ଠ କଂଗ୍ରେସ ନେତା ବରିୟମ ସିଂ, ସୋମନାଥ ପଣ୍ଡା, ଇଜାଜ ଅହମ୍ମଦ, ରଂଜନ ମହାନ୍ତି, ଭାସ୍କର ଖିଲାର, ସନ୍ତୋଷ ତନ୍ତ୍ରୀ, ବୁଲୁ ଦାସ, ଏମଡ଼ି ସାହିଦ, ଗିରୀଜା ମିଶ୍ର, ରାମ ପୁକାର ସିଂ, ଶଙ୍କର ଅଗ୍ରୱାଲ, ଦୀନବନ୍ଧୁ ଭୋଳ, ମହିଳା ସଭାନେତ୍ରୀ ପ୍ରଭାତି ମିଶ୍ର, ଲତା ନାଏକ, ଗୀତା ସିଂ, ପ୍ରମୁଖ ବକ୍ତବ୍ୟ ରଖିଥିଲେ । ଏହି ଅବସରରେ ବହୁ କଂଗ୍ରେସ କର୍ମୀ ଉପସ୍ଥିତ ଥିଲେ । ସଭାକାର୍ଯ୍ୟ ବାସୁ ବାନାର୍ଜୀ ପରିଚାଳନା କରିଥିବା ବେଳେ ଗଜେନ୍ଦ୍ର ତନ୍ତୀ ସଭାଶେଷରେ ଧନ୍ୟବାଦ ଅର୍ପଣ କରିଥିଲେ ।