ଆରଏସଏସ ଶାଖା ବନ୍ଦ କରିବା ଯୋଜନାରେ କଂଗ୍ରେସ

0
96

ମଧ୍ୟପ୍ରଦେଶ: ବିଧାନସଭା ନିର୍ବାଚନ ପୂର୍ବରୁ ମଧ୍ୟପ୍ରଦେଶ କଂଗ୍ରେସର ‘ବଚନ ପତ୍ର’ ଏବେ ଶୀତଳ ଯୁଦ୍ଧ ଆରମ୍ଭ କରିସାରିଛି। କଂଗ୍ରେସ ନିଜ ବଚନପତ୍ରରେ ଏହା ପ୍ରତିବଦ୍ଧ ହୋଇଛି ଯେ କୌଣସି ସରକାରୀ କାର୍ଯ୍ୟାଳୟରେ ଆରଏସଏସ ଶାଖା ରଖାଯିବ ନାହିଁ। ଭାରତୀୟ ଜନତା ପାର୍ଟି କଂଗ୍ରେସର ଏହି ନିଷ୍ପତ୍ତି ଶୁଣିଲା ପରେ ନିଜ ପ୍ରତିକ୍ରିୟା ରଖିବାକୁ ଯାଇ ବିଜେପି ନେତା ସମ୍ବିତ ପାତ୍ର କହିଛନ୍ତି ଯେ’ଆଜିକାଲି କଂଗ୍ରେସର କେବଳ ଗୋଟେ ହିଁ ଏଜେଣ୍ଡା, ମନ୍ଦିର ତିଆରି ହେବାକୁ ଦେବେନାହିଁ ଏବଂ ଶାଖା କାର୍ଯ୍ୟକାରୀ ହେବାକୁ ଦେବେନାହିଁ ‘। ସେହିପରି ଭୋପାଳ ବିଜେପି ସାଂସଦ ଆଲୋକ ସଞ୍ଚର କହିଛନ୍ତିକି ଆରଏସଏସ ଶାଖା ଗୁଡିକରେ ରାଷ୍ଟ୍ରବାଦ ଶିକ୍ଷା ଦିଆଯାଇଥାଏ ଏବଂ ସେ କଂଗ୍ରେସକୁ ଏହା ମାନେ ପକାଇଦେବାକୁ ଚାହାନ୍ତିକି ପ୍ରତ୍ୟେକ ପ୍ରତିକୂଳ ପରିସ୍ଥିତିରେ ଆରଏସଏସର ସ୍ୱୟଂ ସେବକ ଆସି ପହଂଚି ଥାନ୍ତି। କଂଗ୍ରେସର ବରିଷ୍ଠ ନେତା ତଥା ପୂର୍ବ ବିତ୍ତ ମନ୍ତ୍ରୀ ପି ଚିଦାମ୍ବରମ କଂଗ୍ରେସର ଏହି ନିଷ୍ପତ୍ତିକୁ ସମର୍ଥନ କରିଛନ୍ତି। ଚିଦାମ୍ବରମ କହିଛନ୍ତିକି ଏଥିରେ କିଛିବି ଭୁଲ ନାହିଁ ‘ଆରଏସଏସ ଏକ ରାଜନୈତିକ ସଂସ୍ଥାଅଟେ ଯଦି କଂଗ୍ରେସ ସତ୍ତାକୁ ଆସୁଛି ତେବେ ପ୍ରଥମେ ସରକାରୀ କାର୍ଯ୍ୟାଳୟରୁ ଆରଏସଏସକୁ ହଟାଯିବ କାରଣ ସରକାରୀ କର୍ମଚାରୀ ମାନଙ୍କୁ କୌଣସି ରାଜନୈତିକ ଦଳକୁ ସମର୍ଥନ କରିବା ଆଇନ ସଂଗତ ନୁହେଁ’।