ନବରଙ୍ଗପୁର ମକା କାରଖାନା ଭିଡିଓ କନ୍‌ଫରେନ୍ସିଂ ଜରିଆରେ ଉଦ୍ଘାଟନ କଲେ ମୁଖ୍ୟମନ୍ତ୍ରୀ

0
112

ନବରଙ୍ଗପୁର: ନବରଙ୍ଗପୁର ଜିଲ୍ଲା କୋଷଗୁମୁଣ୍ଡା ବ୍ଲକ୍‌ ଅନ୍ତର୍ଗତ ବାମୁଣିଠାରେ ରେ ବହୁ ଦିନ ଧରି ରହିଥିବା ମକା ପ୍ରକ୍ରିୟାକରଣ କାରଖାନାର ଶନିବାର ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଭିଡିଓ କନ୍‌ଫରେନ୍ସିଂ ଜରିଆରେ ଭିତ୍ତିପ୍ରସ୍ତର ସ୍ଥାପନ କରିଛନ୍ତି। ସୂଚନା ଯୋଗ୍ୟ, ୫୨ ଏକର ଜମିରେ ୭୨ କୋଟି ଟଙ୍କା ବ୍ୟୟ କରାଯାଇ ଏହି ମକା ପ୍ରକ୍ରିୟାକରଣ କାରଖାନା ତିଆରି କରାଯିବ। ତେବେ, ବିଜୟନଗରମ ବାୟୋଟେକ୍ ପ୍ରାଇଭେଟ୍‌ ଲିମିଟେଡ୍‌ କମ୍ପାନି ଏହି କାରଖାନା ତିଆରି କରିବ ବୋଲି ଜାଣିବାକୁ ମିଳିଛି। ଏହି ମକା ପ୍ରକ୍ରିୟାକରଣ କାରଖାନା ଖୋଲିଲେ ରାଜ୍ୟରେ ନିଯୁକ୍ତି ସଂଖ୍ୟା ବି ବୃଦ୍ଧି ପାଇବ ଓ ଏଠି ସହିତ ଏହି କାରଖାନାରେ ପ୍ରାୟ ୪୦୦ କର୍ମଚାରୀ କାମ କରିବାର ସୁଯୋଗ ପାଇବେ। ଏହି କାର୍ଯ୍ୟକ୍ରମରେ ନବରଙ୍ଗପୁର ବିଧାୟକ ମନୋହର ରନ୍ଧାରୀ, ଅତିରିକ୍ତ ଜିଲ୍ଲାପାଳ ପରୀକ୍ଷିତ ସେଠୀ ଓ ବିଜୟ ନଗରମ ବାୟୋଟେକ୍ ପ୍ରାଇଭେଟ୍‌ ଲିମିଟେଡର ପରିଚାଳନା ନିର୍ଦ୍ଦେଶକ ବିବେକାନନ୍ଦ ରାଜୁଙ୍କ ସମେତ ଅନ୍ୟାନ୍ୟ କର୍ମଚାରୀ ସାମିଲ୍‌ ହୋଇଛନ୍ତି।