କ୍ୟାପିଟାଲ ହସ୍ପିଟାଲରେ ରୋଗୀଙ୍କୁ ଶୋଷଣ

0
107
corruption in capital hospital

ଭୁବନେଶ୍ୱର:ରାଜଧାନୀ କ୍ୟାପିଟାଲ ହସ୍ପିଟାଲରେ ରୋଗୀଙ୍କୁ ଶୋଷଣ ହେଉଛି । ରୋଗୀଙ୍କୁ ଅସ୍ତ୍ରୋପଚାର କରିବାକୁ ହେଲେ ବାହାରୁ ସିରିଞ୍ଜ କିଣିବାକୁ ପଡ଼ୁଛି ।ଏହି ଘଟଣା ପରେ ସରକାରଙ୍କ ମାଗଣା ସ୍ୱାସ୍ଥ୍ୟ ଯୋଜନା ଉପରେ ପ୍ରଶ୍ନ ଉଠୁଛି। ନିରାମୟ ଯୋଜନାରେ ପ୍ରତିବର୍ଷ ଔଷଧ ଓ ଔଷଧୀୟ ସାମଗ୍ରୀର ତାଲିକା ବଢ଼ି ଚାଲିଥିବା ବେଳେ ରାଜଧାନୀର ପ୍ରମୁଖ ଡାକ୍ତରଖାନାରେ ରୋଗୀଙ୍କ ପାଇଁ ସିରିଞ୍ଜ ମିଳୁନାହିଁ । ସୂଚନା ଅନୁଯାୟୀ, କିଛିଦିନ ତଳେ ଜଣେ ବ୍ୟକ୍ତି ହସ୍ପିଟାଲକୁ ଅସ୍ତ୍ରୋପଚାର ପାଇଁ ଆସିଥିଲେ । ଅସ୍ତ୍ରୋପଚାର ପୂର୍ବରୁ ତାଙ୍କୁ ୧୦ ମିଲିର ୪ଟି ସିରିଞ୍ଜ, ୧୦୦ ମିଲି ଇଞ୍ଜେକସନ୍, ଡିସ୍‌ପୋଜାଲ କପଡ଼ା ଓ ଡାଏପ୍ଲାଷ୍ଟ ଆଣିବାକୁ କୁହାଯାଇଥିଲା। ବାଧ୍ୟ‌ ହୋଇ ତାଙ୍କ ପରିବାର ବାହାର ଔଷଧ ଦୋକାନରୁ ଟଙ୍କା ଦେଇ ଏହାକୁ କିଣିଥିଲେ ।