ରେଡ଼କ୍ରଶ ରକ୍ତ ଭଣ୍ଡାର ରେ ସାଙ୍ଘାତିକ ମାମଲା |

0
139

ଭୁବନେଶ୍ୱର: ଗୋଟିଏ ୟୁନିଟ “ବଦଳ ରକ୍ତ” ପାଇବା ପାଇଁ ରୋଗୀ ମାନେ ଘଣ୍ଟା ଘଣ୍ଟା ଧରି ଆଣ୍ଠୁ ଭାଙ୍ଗି ଛିଡା ହେଉଛନ୍ତି |ହେଲେ ଏହାର ଠିକ ବିପରୀତ ରୀତିରେ କିଛି ଟଙ୍କା ପକାଇ ଦେଲେ ସହଜରେ ମିଳି ଯାଉଛି ଏକା ଧିକ ୟୁନିଟ ରକ୍ତ ,ଏମିତିକି ରକ୍ତ ବଦଳ ବା ଏକ୍ସଚେଞ୍ଜ ମଧ୍ୟ କରି ବାକୁ ପଡୁନି |ଖାଲି ରକ୍ତ ନୁହେ ଟଙ୍କା ବଦଳରେ ପ୍ଳାଜ଼ମା ଓ ଧଳା ରକ୍ତ କୋଷିକା ମଧ୍ୟ ମିଳି ଯାଉଛି |ଏହି ଭଳି ସାଙ୍ଘାତିକ ଘୋଟଲା ଚାଲିଛି କେନ୍ଦ୍ରୀୟ ରେଡ଼କ୍ରଶ ରକ୍ତ ଭଣ୍ଡାର ରେ |ଏହି ଘଟଣା ପଛରେ ଅଛନ୍ତି କିଛି ଦଲାଲ ଓ ରକ୍ତ ଭଣ୍ଡାର ରେ କାମ କରୁ ଥିବା କିଛି କର୍ମଚାରୀ |ଦଲଲ ଗୋଷ୍ଠୀ ରକ୍ତ ବିକ୍ରୟ କରି ମୋଟା ଅଙ୍କର ଅର୍ଥ ରୋଜଗାର କରୁଛନ୍ତି ,ଏ ଭଳି ସମ୍ବେଦନଶୀଳ ସଂଗୀନ ଘଟଣା ଲୋକଲଚନ କୁ ଆସିବା ପରେ ପୋଲିସ ତାର ଆଭିମୁଖ୍ୟ କଡା କରିଛି ଏବଂ ଜଣେ ଦଲାଲ କୁ କୋର୍ଟ ଚାଲାଣ କରିଛି |