ଆଜି ବି ଦାଖଲ ହୋଇପାରିଲାନି ଚାର୍ଜସିଟ 

0
115
crime-branch-again-fails-to-submit-charge-sheet-in-high-court
crime-branch-again-fails-to-submit-charge-sheet-in-high-court

କଟକ: ଆଜି ପୁଣି ଥରେ ହାଇକୋର୍ଟରେ ଦାଖଲ ହୋଇପାରିଲାନି ଚାର୍ଜସିଟ। ଓକିଲ-ପୁଲିସ ବିବାଦ ମାମଲାରେ ଆଜି ବି ଚାର୍ଜସିଟ ଦାଖଲ କରିପାରିନି କ୍ରାଇମବ୍ରାଞ୍ଚ। ଏ ମାମଲାରେ ଆଉ କିଛି ଦିନର ମହଲତ ମାଗିଛି ତଦନ୍ତ କରି ସଂସ୍ଥା କ୍ରାଇମବ୍ରାଞ୍ଚ। ତେଣୁ ଏନେଇ ମାମଲାର ଶୁଣାଣି ଆସନ୍ତା ଗୁରୁବାରକୁ ଘୁଞ୍ଚାଯାଇଛି। ମୁଖ୍ୟ ବିଚାରପତିଙ୍କ ତତ୍ତ୍ୱବଧାନରେ ଏହି ମାମଲାର ଶୁଣାଣି ହୋଇଛି। ସୋମବାର ହାଇକୋର୍ଟରେ ମୁଖ୍ୟ ବିଚାରପତିଙ୍କ ଅଧକ୍ଷତାରେ ଗଠିତ ଖଣ୍ଡପୀଠ ଏ ମାମଲାରେ ଶୁଣାଣି କରିଥିଲେ। ହେଲେ କ୍ରାଇମବ୍ରାଞ୍ଚ ପକ୍ଷରୁ ସୋମବାର ମଧ୍ୟ ଚାର୍ଜସିଟ ଦାଖଲ ମଧ୍ୟ କରାଯାଇ ପାରିନଥିଲା। ତେଣୁ ଆଜି ସୁଦ୍ଧା ତଦନ୍ତର ଚାର୍ଜସିଟ ଦାଖଲ ପାଇଁ ହାଇକୋର୍ଟ କ୍ରାଇମବ୍ରାଞ୍ଚକୁ ନିର୍ଦେଶ ଦେଇଥିଲେ। ସେପଟେ ଗତକାଲି ଓକିଲ-ପୁଲିସ ବିବାଦ ମାମଲାରେ କୌଣସି ବି ସମାଧାନ ହୋଇନପାରିବାରୁ ବୁଧବାର ଯାଏଁ କାର୍ଯ୍ୟକାଳ ବନ୍ଦ ଆନ୍ଦୋଳନ ଜାରି ରଖିବାକୁ ନିଷ୍ପତି ନେଇଛି ହାଇକୋର୍ଟ ବାର ଆସୋସିଏସନ।