ଦେଶରେ ପ୍ରଥମ ଥର ୬ ମାସ ମଧ୍ୟରେ ୪.୩୬ ଲକ୍ଷ ଥର ସାଇବର ଆକ୍ରମଣ

0
111
cyber attack

ନୂଆଦିଲ୍ଲୀ: ଚଳିତ ବର୍ଷ ଦେଶରେ ପ୍ରଥମ ୬ ମାସ ମଧ୍ୟରେ ରୁଷ, ଆମେରିକା, ଚାଇନା ଏବଂ ନେଦରଲାଣ୍ଡ ଭଳି ଦେଶ ପକ୍ଷରୁ ସାଇବର ଆକ୍ରମଣର ସମ୍ମୁଖୀନ ହେବାକୁ ପଡିଛି। ସୂଚନ ଯୋଗ୍ୟ, ସାଇବର ସୁରକ୍ଷା କମ୍ପାନୀ ଏଫ-ସିକିଓର ପକ୍ଷରୁ ଜାନୁଆରୀରୁ ଜୁନ୍‌ ମଧ୍ୟରେ ଦେଶରେ ୪.୩୬ ଲକ୍ଷ ଥର ସାଇବର ଆକ୍ରମଣ ଘଟଣା ସାମ୍ନାକୁ ଆସିଛି। ସେହିଭଳି ଭାରତ ପକ୍ଷରୁ ଅଷ୍ଟ୍ରିଆ, ନେଦରଲାଣ୍ଡ, ବ୍ରିଟେନ, ଜାପାନ ଏବଂ ୟୁକ୍ରେନକୁ ସାଇବର ଆକ୍ରମଣ କରାଯାଇଛି। ଏଥିସହ ଏହି ଦେଶ ଗୁଡିକୁ ଭାରତ ମୋଟ୍‌ ୩୫,୫୬୩ ଥର ସାଇବର ଆକ୍ରମଣ କରିଛି।