ଆଜି ସନ୍ଧ୍ୟା ସୁଦ୍ଧା ସ୍ଥଳଭାଗ ଛୁଇଁବ ‘ଗାଜା’

0
97
Cyclone Gaja Set To Hit Tamil Nadu Today

ଚେନ୍ନାଇ: ବଙ୍ଗୋପସାଗରରେ ସୃଷ୍ଟି ହୋଇ ଥିବା ସାମୁଦ୍ରିକ ବାତ୍ୟା ‘ଗାଜା’ ଚେନ୍ନାଇ ଠାରୁ ରହିଛି ମାତ୍ର ୪୭୦ କିଲୋମିଟର ଦୂରରେ ଏବଂ ଆଜି ସନ୍ଧ୍ୟା ସୁଦ୍ଧା ଏହା ଉତ୍ତର ତାମିଲନାଡୁ ଓ ଦକ୍ଷିଣ ଆନ୍ଧ୍ର ପ୍ରଦେଶରେ ଥିବା କୁଡ୍ଡାନୋଲ ଓ ଶିଖରୀକୋଟା ଉପକୂଳ ଛୁଇଁବାର ସମ୍ଭାବନା ରହିଛି ବୋଲି ଚେନ୍ନାଇ ପାଣିପାଗ ବିଭାଗ ପକ୍ଷରୁ ସୂଚନା ମିଳିଛି। ଘଣ୍ଟା ପ୍ରତି ୧୦୦ କିଲୋମିଟର ବେଗରେ ପବନ ସହ ପ୍ରବଳ ବର୍ଷାର ସମ୍ଭାବନା ରହିଛି। ଏହି କାରଣରୁ ତାମିଲନାଡୁ ଓ ପୁଡୁଚେରୀ ସରକାର ରାଜ୍ୟର ସମସ୍ତ ସ୍କୁଲ ଓ କଲେଜ୍‌ ଛୁଟି ଘୋଷଣା କରିଛନ୍ତି। ରିଲିଫ୍‌ ଏବଂ ଉଦ୍ଧାର କାର୍ଯ୍ୟ ନିମନ୍ତେ ଭାରତୀୟ ନୌସେନା, ଏନ୍‌ଡିଆର୍‌ଏଫ୍‌, ଏସ୍‌ଡିଆର୍‌ଏଫ୍‌ ଏବଂ ଅନ୍ୟାନ୍ୟ ଏଜେନ୍‌ସି ସବୁ ପ୍ରସ୍ତୁତ ହୋଇ ରହିଛନ୍ତି। ତାମିଲନାଡୁ ଏବଂ ପୁଡୁଚେରୀ ଛଡ଼ା ଆନ୍ଧ୍ରପ୍ରଦେଶରେ ମଧ୍ୟ ବାତ୍ୟାର ପ୍ରଭାବ ପଡ଼ିବ।