ସାଧାରଣତନ୍ତ୍ର ଦିବସରେ ମୁଖ୍ୟ ଅତିଥି ନିମନ୍ତେ ଆଫ୍ରିକୀୟ ନେତାଙ୍କୁ ନିମନ୍ତ୍ରଣ: ନିଷ୍ପତି ନେବେ ପ୍ରଧାନମନ୍ତ୍ରୀ

0
102
cyril ramaphosa sworn's invite for indepence day wiil say pm

ନୂଆଦିଲ୍ଲୀ: ସାଧାରଣତନ୍ତ୍ର ଦିବସରେ ମୁଖ୍ୟ ଅତିଥି ହେବା ନିମନ୍ତେ ଜଣେ ଦକ୍ଷିଣ ଆଫ୍ରିକୀୟ ରାଷ୍ଟ୍ରପତି ସିରିଲ୍‌ ରାମାଫୋସା ଏଥର ମୁଖ୍ୟ ଅତିଥି ହେବାର ସମ୍ଭାବନା ଅଛି ବୋଲି କୁହାଯାଇଛି। ଏହାକୁ ଖୁବ ଶୀଘ୍ର ପ୍ରଧାନମନ୍ତ୍ରୀ ମୋଦି ନିଜେ କିମ୍ବା ଟୁଇଟର୍‌ରେ ମାଧ୍ୟମରେ ଏ କଥା ଘୋଷଣା କରି ପାରନ୍ତି। ସୂଚନା ଯୋଗ୍ୟ ,ସାଧାରଣତନ୍ତ୍ର ଦିବସରେ ମୁଖ୍ୟ ଅତିଥି ହେବା ନିମନ୍ତେ ପ୍ରସ୍ତୁତ ସଂକ୍ଷିପ୍ତ ତାଲିକାରେ ୪ ଜଣଙ୍କ ନାମ ରହିଥିବା କଥା ଜଣେ ଅଧିକାରୀ ନିଜର ନାମ ଗୋପନ ରଖି କହିଛନ୍ତି ଓ ଏଥିସହ ସରକାର କହୁଛନ୍ତି ଠିକଣା ସମୟରେ ଘୋଷଣା କରିବେ। ବର୍ତମାନ ଭାରତ ଆଫ୍ରିକୀୟ ଦେଶରେ ନିଜର ଉପସ୍ଥିତି ଏବଂ ସମ୍ପର୍କ ପ୍ରତିଷ୍ଠା ନିମନ୍ତେ ଉଦ୍ୟମ କରୁଛି। ସେଠାରେ ଚୀନ୍‌ର ବୃଦ୍ଧି ପାଉଥିବା ପ୍ରଭାବକୁ ମୁକାବିଲା କରିବାକୁ ଭାରତ ୨୦୧୪ ପର ଠାରୁ ଅଭିଯାନ ଆରମ୍ଭ କରିଛି।