ଡାଲି ଦର ବୃଦ୍ଧି

0
98

ଭୁବନେଶ୍ୱର : କିଛି ଦିନ ହେବ ଡାଲିର ଦର ଖାଉଟିଙ୍କୁ ସୁହାଇ ଆସୁଥିଲା। ମାତ୍ର ଗତ ଦୁଇ ଦିନ ହେବ ଡାଲି ଦରବୃଦ୍ଧି ହେବା ଦ୍ଵାରା ଖାଉଟିମାନଙ୍କ ଚିନ୍ତା ବଢି ଯାଇଛି । ଡାଲି ଦର କିଲୋ ପିଛା ୧୦ ଟଙ୍କା ବୃଦ୍ଧି ପାଇଥିବା ଥିବାବେଳେ, ଖୁଚୁରା ବଜାର ଦର କିଲୋ ପିଛା ୧୫ଟଙ୍କା ବୃଦ୍ଧି ପାଇଛି। ଅମଳ ଓ ଆମଦାନୀରେ କୌଣସି ପ୍ରଭାବ ପଡ଼ି ନାହିଁ ତଥାପି ଡାଲି ଦର ବୃଦ୍ଧି ହୋଇଛି। ଖାଉଟିମାନେ ଦେଶରେ ଚାଲିଥିବା ନିର୍ବାଚନ ପାଇଁ ଏଭଳି ଘଟିଥିବା ନେଇ ଅନୁମାନ କରୁଛନ୍ତି ।