ରାହୁଲଙ୍କୁ ଜବାବ ଦେଲେ ଡାଁସଲ୍ଟ କମ୍ପାନୀର ସିଇଓ

0
121

ନୂଆଦିଲ୍ଲୀ: ରାଫେଲ ବିମାନ ଚୁକ୍ତି ସମ୍ବନ୍ଧରେ ଦେଶରେ ବିବାଦ ଲାଗିରହିଛି। କଂଗ୍ରେସ ଅଧ୍ୟକ୍ଷ ରାହୁଲ ଗାନ୍ଧୀଙ୍କ ଦ୍ୱାରା ବିପକ୍ଷ ମୋଦି ସରକାରଙ୍କ ଉପରେ ଏହି ଚୁକ୍ତିକୁ ନେଇ ଭ୍ରଷ୍ଟାଚାରର ଅଭିଯୋଗ ଦିଆଯାଇଛି। ଫ୍ରାନ୍ସର କମ୍ପାନୀ ଡାଁସଲ୍ଟ ଇବିଏସନର ସିଇଓ ଏରିକ ଟ୍ରେପିୟର ଏକ ସମାଚାର ଏଜେନ୍ସିରେ ଆୟୋଜିତ ହୋଇଥିବା ଇଣ୍ଟରଭିୟୁରେ ଏହି ଚୁକ୍ତିକୁ ନେଇ ଉଠୁଥିବା ପ୍ରଶ୍ନର ସମସ୍ତ ଉତ୍ତର ଜନତାଙ୍କ ସାମ୍ନାରେ ରଖିଛନ୍ତି। ଏହି ଇଣ୍ଟରଭିୟୁ ମାଧ୍ୟମରେ ସେ ରାହୁଲ ଗାନ୍ଧୀଙ୍କ ଦ୍ୱାରା ଲାଗିଥିବା ସମସ୍ତ ଅଭିଯୋଗକୁ ମିଛବୋଲି କହିଛନ୍ତି। ଟ୍ରେପିୟର କହିଛନ୍ତି ଯେ ରାହୁଲଙ୍କ ଦ୍ୱାରା କରାଯାଇଥିବା ସମସ୍ତ ଅଭିଯୋଗ ଭିତ୍ତିହୀନ ଅଟେ। ଏବଂ ସେ ଏକଥା ମଧ୍ୟ କହିଛନ୍ତି ଯେ ଡାଁସଲ୍ଟ ଇବିଏସନ ଏବଂ ରିଲାଏନ୍ସ ମଧ୍ୟରେ ହୋଇଥିବା ଜଏଣ୍ଟ ଭେଞ୍ଚର ସମ୍ପର୍କରେ ରାହୁଲ ସମ୍ପୂର୍ଣ୍ଣ ମିଥ୍ୟା କହିଛନ୍ତି। ଚୁକ୍ତି ସମ୍ପର୍କରେ ଯାହାବି ତଥ୍ୟ ଦିଆ ଯାଇଛି ତାହା ସଂପୂର୍ଣ୍ଣ ଠିକ ତଥ୍ୟ ଅଟେ। ଏବଂ ସେ ଏ ବାବଦରେ ମିଛ କହୁ ନାହାନ୍ତି ବୋଲି ଟ୍ରେପିୟର କହିଛନ୍ତି। ‘ଭାରତ ସହିତ ଡାଁସଲ୍ଟ ଇବିଏସନର ୧୯୫୩ରୁ ଜବାହାରଲାଲ ନେହରୁଙ୍କ ସମୟରୁ ଆରମ୍ଭ ହୋଇଛି ଏବଂ ସବୁବେଳେ ରହିଥିବ। ଏହି ସମ୍ପର୍କ କୌଣସି ଦଳ ସହିତ ନୁହେଁ ବରଂ ଦେଶ ସହିତ ରହିଅଛି’ ବୋଲି ଟ୍ରେପିୟର କହିଛନ୍ତି। ରାଫେଲ ଦରଦାମକୁ ନେଇ ସେ କହିଛନ୍ତି ଯେ ଏହା ସରକାର-ସରକାରଙ୍କ ଭିତରେ ହୋଇଥିବାରୁ ଶସ୍ତାରେ ଚୁକ୍ତି ହୋଇଛି।