ପୁରୀ ସମୁଦ୍ରରେ ବୁଡି ଯୁବକଙ୍କ ମୃତ୍ୟୁ

0
101

ପୁରୀ: ସମୁଦ୍ରରେ ବୁଡି ଜଣେ ଯୁବକଙ୍କ ଶନିବାର ମୃତ୍ୟୁ ହୋଇଛି। ମୃତ ଯୁବକଙ୍କ ନାମ ରଘୁବେନନ୍ଦ୍ରା ଗୁରଜାର(୧୮) । ମୃତଙ୍କ ଘର ଗ୍ଵାଲିୟର ଜିଲ୍ଲାରେ ବୋଲି ଜଣାପଡ଼ିଛି।
ସୂଚନା ଅନୁଯାଇ, ରଘୁବେନନ୍ଦ୍ରା ଶନିବାର ତାଙ୍କ ମାମୁଁଘର ଲୋକଙ୍କ ସହ ପୁରୀ ସୁମଦ୍ର କୂଳ ବୁଲିବାକୁ ଯାଇଥିଲେ । ଏହି ସମୟରେ ମଜାମସ୍ତିରେ ସମୁଦ୍ରରେ ଗାଧୋଉଥିବା ସମୟରେ ହଠାତ୍‌ ଏକ ବଡ଼ ଲହଡି ଆସିଥିଲା। ରଘୁବେନନ୍ଦ୍ରା ସେହି ଲହଡିରୁ ବାହାରି ପାରି ନଥିଲେ ଓ ବୁଡି ଯାଇଥିଲା। ଲହଡି ଫେରିବା ପରେ ଅଚେତ ଅବସ୍ଥାରେ ପରିବାରଲୋକେ ରଘୁବେନନ୍ଦ୍ରାଙ୍କୁ ସେଠାରୁ ଉଦ୍ଧାର କରି ପୁରୀ ଡାକ୍ତରଖାନା ଆଣିଥିଲେ କିନ୍ତୁ ଡାକ୍ତର ତାଙ୍କୁ ମୃତ ବୋଲି ଘୋଷଣା କରଥିଲେ। ଏହି ଘଟଣା ସମ୍ପର୍କରେ ଖବର ପାଇ ସମୁଦ୍ରକୂଳ ଥାନା ପୁଲିସ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରିଛି।