ନୋବେଲ ଶାନ୍ତି ପୁରସ୍କାର ବିଜେତା କୋଫି ଆନନଙ୍କ ର ପରଲୋକ

0
156

ୱାଶିଂଟନ : ମିଳିତ ଜାତିସଂଘର ପୂର୍ବତନ ମହାସଚିବ କୋଫି ଆନନଙ୍କ ର ୮୦ ବର୍ଷ ବୟସରେ ସ୍ବିଜ଼ୱେରଲାଣ୍ଡ ର ଏକ ହସ୍ପିଟାଲ ରେ ମୃତ୍ର୍ୟୁ ହୋଇଛି | ଶେଷ ସମାୟାରେ ତାଙ୍କ ପାଖରେ ପତ୍ନୀ ଓ ସନ୍ତାନମାନେ ଉପସ୍ଥିତ ଥିଲେ | ଅସୁସ୍ଥତା କାରଣରୁ ବହୁତଦିନହେଲା ହସ୍ପିଟାଲ ରେ ଚିକିତ୍ସିତ ହେଉଥିବାର ପରିବାର ଲୋକଙ୍କପକ୍ଷରୁ ଜଣା ପଡିଛି | ସେ ଜାତିସଂଘର ସପ୍ତମ ମହାସଚିବ ଭାବେ (୧୯୯୭ ରୁ ୨୦୦୬) କାର୍ଯ୍ୟାରତଥିଲେ | ସେ ପ୍ରଥମ କୃଷ୍ଣକାୟ ବ୍ୟକ୍ତିଭାବେ ବିଶ୍ୱଇତିହାସ ରେ ଶ୍ରେଷ୍ଠ ପଦବାଚ୍ୟଥିଲେ | ସମଗ୍ର ବିଶ୍ୱ ବାସୀଙ୍କ ପାଇଁ ଅନେକ ଲୋକହିତକର କାର୍ଯ୍ୟ କରିପାରିଥିଲେ | ୧୯୩୮ ମସିହା ଏପ୍ରିଲ ୮ ରେ ଜନ୍ମଗ୍ରହଣ କରିଥିଲେ ଅମ୍ଲାନ ଏହି ପ୍ରତିଭା | ବହୁ ଭାଷାରେ ନିପୁଣ ଥିଲେ କୋଫି ଆନନ| “କୋଫି ଆନନ ଫାଉଣ୍ଡେସନ” ରେ ପ୍ରତିଷ୍ଠାତା, ନୋବେଲ ଶାନ୍ତି ପୁରସ୍କାର ରେ ବିଜେତା ଏହି ଅମର ଆତ୍ମା ସମଗ୍ର ବିଶ୍ୱରେ ‘ଶାନ୍ତିଦୂତ’ ଭାବେ ମାନ୍ୟତା ପାଇଥିଲେ |” ଓଡିଶା କ୍ରାଇମ ନ୍ୟୁଜ” ପକ୍ଷରୁ ବିନମ୍ର ଶ୍ରଦ୍ଧାଞ୍ଜଳି…