ଆରପାରିରେ ବରିଷ୍ଠ ଅଭିନେତା ଦେବୁ ବୋଷ |

0
164

ଶେଷ ନିଶ୍ୱାସ ତ୍ୟାଗ କଲେ ବରିଷ୍ଠ ଅଭିନେତା ଦେବୁ ବୋଷ । ଦୀର୍ଘ ଦିନଧରି ହାଇଦ୍ରାବାଦ ର ଏକ ଘରୋଇ ହସ୍ପିଟାଲ ରେ ଚିକିତ୍ସାଧୀନ ଥିଲେ । ଗତକାଲି ରାତିରେ ଘଟିଛି ଏହି ଦୁଃଖଦ ଘଟଣା । ପୁରା ଓଲିଉଡ ରେ ଶୋକର ଛାୟା ଖେଳିଯାଇଛି । ୪ ମାସ ହେବ ହୃଦଘାତ ରୋଗରେ ଆକ୍ରାନ୍ତ ଥିଲେ ଏହି ବରିଷ୍ଠ ସିନେତାରକା। ମୃତ୍ୟୁ ବେଳକୁ ତାଙ୍କୁ ୭୬ ବର୍ଷ ହୋଇଥିଲା | ଓଡ଼ିଆ ସିନେ ଜଗତର ଜଣେ ବରିଷ୍ଠ କଳାକାର ଭାବରେ ଦେବୁ ବୋଷ ପରିଚିତ ଥିଲେ ।
ଓଡ଼ିଆ ଫିଲ୍ମରେ ବାପା ଭୂମିକାରେ ଅଭିନୟ କରି ସେ ଏକ ସ୍ୱତନ୍ତ୍ର ଛାପ ଛାଡ଼ି ଯାଇଛନ୍ତି ।
୧୯୪୨ ମସିହା ଡିସେମ୍ବର ୨ ତାରିଖରେ ଜନ୍ମ ଗ୍ରହଣ କରିଥିବା ଅଭିନେତା ଦେବୁ ବୋଷ ୮୦ ଦଶକର ଚଳଚ୍ଚିତ୍ର ‘ତପସ୍ୟା’ରୁ ନିଜ କ୍ୟାରିଅର ଆରମ୍ଭ କରିଥିଲେ । ‘କାବେରୀ’, ‘ଗଙ୍ଗଶିଉଳି’, ‘ଚକାଭଉଁରି’, ‘ସହରୀ ବାଘ’, ‘ସୁନା ଚଢ଼େଇ’, ଓ ‘ପୁଅ ମୋର କଳା ଠାକୁର’ ଭଳି ହିଟ୍ ଫିଲ୍ମରେ ଅଭିନୟ କରିଥିଲେ ଦେବୁ ବୋଷ।
‘ସୁନା ଚଢ଼େଇ’ ଫିଲ୍ମରେ ‘କାଳିଆ… କାଳିଆ… ନାହିଁ ଆଉ ସାହା କେହି ତୋହରି ଭଳିଆ…’ ଗୀତଟିରେ ତାଙ୍କର ସେଇ ଶ୍ରୀମନ୍ଦିର ଅଭିମୁଖେ ଯାତ୍ରାର ଅଭିନୟ ସମସ୍ତଙ୍କ ମନକୁ ଛୁଇଁ ପାରିଥିଲା।
ସେ ଟେଲିଭିଜନ ଧାରାବାହିକରେ ମଧ୍ୟ ଅଭିନୟ କରିଛନ୍ତି। ‘ସାରା ଆକାଶ’ ଧାରାବାହିକରେ ସେ ଅଭିନୟ କରିଥିଲେ।
ଇଣ୍ଡଷ୍ଟ୍ରିଆଲ୍ ଡେଭେଲପ୍‌ମେଣ୍ଟ୍‌ କର୍ପୋରେସନ୍‌ରେ ସେ ଜଣେ ଉଚ୍ଚ ପଦାଧିକାରୀ ଭାବେ କାର୍ଯ୍ୟ କରିଥିଲେ ଦେବୁ ବୋଷ ।