ଦୀପବୀରଙ୍କୁ ଭଂସାଲି ଦେଲେ ନିମନ୍ତ୍ରଣ ପତ୍ରର ଭେଟି

0
136
deepika-padukone-and-ranveer-singh-extended-wedding-invitation-to-sanjay-leela-bhansali

ବମ୍ବେ: ବଲିଉଡର ବହୁ ଚର୍ଚ୍ଚିତ ଦୀପିକା ପାଦୁକୋନ ଓ ରଣବୀର କପୁରଙ୍କ ବିବାହ ପାଖେଇ ଆସୁଛି। ତେଣୁ ବିବାହ ପ୍ରସ୍ତୁତି ଜୋରଦାର ଚାଲିଛି। ଏବେ ତ ଆରମ୍ଭ ହୋଇଯାଇଛି ଅତିଥିଙ୍କୁ ନିମନ୍ତ୍ରଣ ଦେବା କାର୍ଯ୍ୟକ୍ରମ। ବିବାହ ଉତ୍ସବରେ ଯୋଗ ଦେବାକୁ ଦୀପବୀର ଇଣ୍ଡଷ୍ଟ୍ରିର ନାମୀ ନିର୍ଦ୍ଦେଶକ ସଂଜୟ ଲିଲା ଭଂସାଲିଙ୍କ ଘରେ ପହଞ୍ଚିଥିଲେ। ସେଠାରେ ଭଂସାଲିଙ୍କୁ ନିମନ୍ତ୍ରଣ ପତ୍ର ଦେବା ପରେ ଭଂସାଲି ତାଙ୍କୁ ଖାଲି ହାତରେ ନଫେରାଇ ଏକ ଉପହାର ଭେଟି ଦେଇଛନ୍ତି। ଯାହା ହେଉଛି ଫିଲ୍ମ ‘ପଦ୍ମାବତ୍‌’ର ଏକ ଫଟୋ ଆଲବମ୍‌। ଉକ୍ତ ଉପହାରକୁ ପାଇ ଦୀପିକା ବେଶ୍‌ ଖୁସି ଥିବା ନଜର ଆସିଛି। ତେବେ ଭଂସାଲି ଉଭୟେ ଦୀପିକା ଓ ରଣବୀରଙ୍କ ପାଇଁ ଖୁବ୍‌ ଇମ୍ପୋଟାଣ୍ଟ। କାରଣ ଭଂସାଲିଙ୍କ ସହ ଦୀପବୀର ‘ବାଜିରାଓ ମସ୍ତାନୀ’, ‘ରାମଲିଳା’ ଓ ‘ପଦ୍ମାବତ୍‌’ ଭଳି ହିଟ୍‌ ମୁଭି ଦର୍ଶକଙ୍କୁ ଭେଟି ଦେଇଛନ୍ତି।