ପରିବେଶ ପ୍ରଦୂଷଣକୁ ନେଇ ଦିଲ୍ଲୀରେ ବଢ଼ିଲା ଚିନ୍ତା

0
92
delhi pollution

ନୂଆଦିଲ୍ଲୀ:ଦୀପାବଳି ପରେ ଦିଲ୍ଲୀରେ ବାୟୁପ୍ରଦୂଷଣ ଭୟଙ୍କର ରୁପ ନେଇଛି । ସମଗ୍ର ସହର ଓ ଏହାର ଆଖପାଖ ଅଂଚଳରେ ଧୂଆଁର ଛାଇ ଖେଳିଯାଇଛି । ଲୋକମାନେ ନିଶ୍ୱାସ ନେବାରେ କଷ୍ଟ ଅନୁଭବ କରୁଛନ୍ତି । ଦ୍ୱିଲ୍ଲୀର ପ୍ରଦୂଷିତ ବାୟୁମଣ୍ଡଳର ସ୍ଥିତିକୁ ଦୃଷ୍ଟିରେ ରଖି ସୁପ୍ରିମକୋର୍ଟ ବାଣ ଫୁଟା ଉପରେ କଟକଣା ଜାରି କରିଥିଲେ । କେବଳ ସଂଧ୍ୟା ୮ଟାରୁ ୧୦ ପର୍ଯ୍ୟନ୍ତ ବାଣ ଫୁଟାଇବାକୁ ପରାମର୍ଶ ଦେଇଥିଲେ । ପ୍ରଦୂଷଣକାରୀ ବାଣ ନ ଫୁଟାଇବା ପାଇଁ ସୁପ୍ରିମକୋର୍ଟ ପରାମର୍ଶ ଦେବା ସହିତ ଏହା ଯେପରି ପାଳନ ହୁଏ ସେଥିପ୍ରତି ଦୃଷ୍ଟି ଦେବାକୁ ପୁଲିସ ପ୍ରଶାସନକୁ ନିର୍ଦ୍ଦେଶ ଦେଇଥିଲେ । କିନ୍ତୁ ସୁପ୍ରିମକୋର୍ଟଙ୍କ ନିର୍ଦ୍ଦେଶକୁ ନ ମାନିଥିବା ଅଭିଯୋଗ ଆସିଛି । ଯାହାର ପରିଣାମ ଭୋଗୁଛନ୍ତି ଦ୍ୱିଲ୍ଲୀବାସୀ । ସୂଚନା ଅନୁଯାୟୀ , ଗୁରୁବାର ସକାଳ ୮୦୫ରେ ପହଁଚିଂଛି ଓ ଏଥିସହ ଦିଲ୍ଲୀର ଆନନ୍ଦ ବିହାର, ଜାହାଙ୍ଗିରପୁରା ଅଂଚଳରେ ପ୍ରଦୂଷଣର ମାତ୍ରା ଅଧିକ ଥିବା ପ୍ରଦୂଷଣ ନିୟନ୍ତ୍ରଣ ବୋର୍ଡ ତରଫରୁ ସୂଚନା ମିଳିଛି ।