ରାଧା ପାଦ ସ୍ପର୍ଶ ଉପରେ ଲାଗିଲା କଟକଣା : କେବଳ ଦର୍ଶନ କରିବେ ଶ୍ରଦ୍ଧାଳୁ

0
114

ପୁରୀ : ରାଧା ପାଦ ସ୍ପର୍ଶ ଉପରେ କଟକଣା ଜାରି କଲେ ପୁରୀ ଜିଲ୍ଲା ପ୍ରଶାସନ। ଏଥର ଅଁଳା ନବମୀରେ ଶ୍ରୀରାଧା ପାଦ ସ୍ପର୍ଶ କରିପାରିବେନି ଶ୍ରଦ୍ଧାଳୁ। ଏଥର ଭକ୍ତମାନେ କେବଳ ଦର୍ଶନର ସୁଯୋଗ ପାଇବେ। ଶ୍ରଦ୍ଧାଳୁଙ୍କ ପ୍ରବଳ ଭିଡ଼କୁ ଦୃଷ୍ଟିରେ ରଖି ଏଭଳି ନିଷ୍ପତ୍ତି ନିଆଯାଇଛି।ଏହାର ଶୃଙ୍ଖଳିତ ପରିଚାଳନା ପାଇଁ କାଲି ଏକ ବୈଠକ ଦେବୋତ୍ତର କମିସନର ଓ ଜିଲ୍ଲାପାଳଙ୍କ ଉପସ୍ଥିତିରେ ଅନୁଷ୍ଠିତ ହୋଇଯାଇଛି।