୧୪ରେ ପ୍ରଥମ ଡାଏଲିସିସ୍ କେନ୍ଦ୍ର ଉଦ୍‌ଘାଟିତ ହେବ

0
95
dialysis-center-to-opens-on-november-14

ଭୁବନେଶ୍ୱର:ନଭେମ୍ବର ୧୪ତାରିଖ ବିଶ୍ଵ ମଧୁମେହ ଦିବସ ଅବସରରେ ବଡ଼ମ୍ବା ନରସିଂହପୁର ଡାକ୍ତରଖାନାରେ ପ୍ରଥମ ଡାଏଲିସିସ୍ କେନ୍ଦ୍ର ଉଦ୍‌ଘାଟିତ ହେବ। ଏହି ଉତ୍ସବରେ ମୁଖ୍ୟ ଅତିଥିଭାବେ ସ୍ଵାସ୍ଥମନ୍ତ୍ରୀ ପ୍ରତାପ ଜେନା, ସାଂସଦ ଭର୍ତ୍ତୃହରି ମହତାବ, ବିଧାୟକ ଦେବୀ ପ୍ରସାଦ ମିଶ୍ର ଯୋଗଦେବେ ବୋଲି ସୂଚନା ମିଳିଛି। ବଡ଼ମ୍ବା ଓ ମାଣିଆବନ୍ଧରେ ମଧୁମେହ ଓ ବୃକକ୍‌‌ରେ ଆକ୍ରାନ୍ତଙ୍କ ପାଇଁ ରକ୍ତ ନିରୂପଣ ଯନ୍ତ୍ର ପ୍ରଦାନ କରାଯିବ। ନୋଭାଟିଜ୍ ଓ କଟକ ବଡ଼ ଡାକ୍ତରଖାନା ନେଫ୍ରୋଲୋଜି ବିଭାଗ ସହାୟତାରେ ଓ ଜିଲ୍ଲା ଚିକିତ୍ସାଧିକାରୀଙ୍କ ଆନୁକୂଲ୍ୟରେ ଏକ ଶିବିର ଅନୁଷ୍ଠିତ ହେବ। ଏଥିରେ ମଧୁମେହ, ରକ୍ତଚାପ, ଷ୍ଟ୍ରୋକ୍, ଚକ୍ଷୁ ତଥା ହୃଦୟର ପରୀକ୍ଷା ନିରୀକ୍ଷା ସମେତ ପରାମର୍ଶ ପାଇଁ ବିଶେଷଜ୍ଞ ଓ ଟେକ୍‌ନିସିଆନ୍ ଉପସ୍ଥିତ ରହିବେ।