ଦିଗବିଜୟଙ୍କ ଦ୍ୱାରା ବିଜେପି ଉପରେ ଆରୋପ: ରାମଙ୍କ ପ୍ରତିମୂର୍ତ୍ତି ପଟେଲଙ୍କ ଠାରୁ ଛୋଟ ହେବ କାହିଁକି?

0
133

ମଧ୍ୟପ୍ରଦେଶ: ନିର୍ବାଚନ ପୂର୍ବରୁ ମଧ୍ୟପ୍ରଦେଶର ପୂର୍ବ ମୁଖ୍ୟମନ୍ତ୍ରୀ ତଥା କଂଗ୍ରେସ ନେତା ଦିଗବିଜୟ ସିଂ ରାମ ମନ୍ଦିର ଘଟଣା କୁ ନେଇ ବିଜେପିକୁ ଘେରିବାକୁ ଚେଷ୍ଟା କରିଛନ୍ତି। ଦିଗବିଜୟ ସିଂଙ୍କ କହିବା ଅନୁଯାୟୀ ରାମଙ୍କ ପ୍ରତିମୂର୍ତ୍ତି ୧୦୦ମିଟର ଉଞ୍ଚା କଣ ପାଇଁ କରାଯାଉଛି। ଏହାକୁ ପଟେଲଙ୍କ ପ୍ରତିମୂର୍ତ୍ତି ଠାରୁ ଅଧିକ ଉଞ୍ଚା କରାଯିବା ଆବଶ୍ୟକ ନଚେତ ଏହା ପ୍ରଭୁ ରାମଙ୍କ ପ୍ରତି ଅସମ୍ମାନ ହେବ।ତେଣୁ ପ୍ରଭୁ ରାମଙ୍କ ପ୍ରତିମା ୨୦୦ ମିଟର ହେବା ଆବଶ୍ୟକ। ଦିଗବିଜୟଙ୍କ କହିବା ଅନୁଯାୟୀ ବିଜେପି କହୁଛି ନିୟମ ର ପାଳନ କରାଯିବ, ଯୋଗୀ ଅଦିତ୍ୟନାଥ କହୁଛନ୍ତି ପ୍ରଭୁ ରାମଙ୍କ କୃପାରୁ ସବୁ କାମ ହେଇଯିବ ଏବଂ ସେପଟେ ମୋହନ ଭାଗବତ କହୁଛନ୍ତି ଅଧ୍ୟାଦେଶ ଅଣାଯାଉ। ଏହି ସବୁ ମନ୍ତବ୍ୟ ଶୁଣିଲା ପରେ କଂଗ୍ରେସ ବରିଷ୍ଠ ଅଧ୍ୟକ୍ଷ ଦିଗବିଜୟ ସିଂ କହୁଛନ୍ତି ଯେ ବିଜେପି ପୁଣି ଥରେ ହିନ୍ଦୁ ଓ ମୁସଲମାନଙ୍କ ମଧ୍ୟରେ ବିବାଦ ସୃଷ୍ଟି କରିବାକୁ ଚାଁହୁଛି। ସେ କେବଳ ଧର୍ମର ଦୁରୁପଯୋଗ କରୁଛନ୍ତି। ତାଙ୍କ କହିବା ଅନୁଯାୟୀ ପ୍ରତ୍ୟେକ ସାଧୁସନ୍ଥ ଏବଂ ସନାତନ ଧର୍ମ ପାଳନ କରୁତିବା ଲୋକ ଏ କଥା ବୁଝି ଗଲେଣି କି ସନାତନ ଧର୍ମ ଏବେ ବିପଦରେ ଅଛି। ସେ ବିଜେପିକୁ ଏହି ପ୍ରଶ୍ନ ମଧ୍ୟ କରିଛନ୍ତି ଯେ କୁହ ଦିଗବିଜୟ ସିଂ ଠାରୁ ବଡ ହିନ୍ଦୁ ଆଉ କିଏ ଅଛି ଏ ସମାଜରେ। ମୋ ଘରେ ୯୯ଟି ମନ୍ଦିର ଅଛି ଏବଂ ଏପଟେ ବିଜେପି କହୁଛି କି ଜଗି ମୁଠା ହିନ୍ଦୁ ଧର୍ମ ବିପଦରେ ପଡିଛି। ତେଣୁ ସେ କହିଚାହଁନ୍ତି କି ହିନ୍ଦୁ ଧର୍ମର କେହି କିଛି ଅନିଷ୍ଟ କରି ପାରିବେ ନାହିଁ ।