ଜିଲ୍ଲା ସ୍ତରୀୟ ଯୁବ ମହୋତ୍ସବ ଉଦଘାଟିତ

0
126
district-level-youth-festival-at-boudh
district-level-youth-festival-at-boudh

ବୌଦ୍ଧ: ବୌଦ୍ଧ ଜିଲ୍ଲା ପ୍ରଶାସନ ପକ୍ଷରୁ ଜିଲ୍ଲା ସ୍ତରୀୟ ଯୁବ ମହୋତ୍ସବ ସ୍ଥାନୀୟ ଟାଉନହଲ ଠାରେ ଉଦଘାଟିତ ହୋଇଯାଇଛି। ଏହି ଅବସରରେ ଜିଲ୍ଲା କ୍ରୀଡା ଅଧିକାରୀ ପବିତ୍ର ରାଉତଙ୍କ ଅଧ୍ୟକ୍ଷତାରେ ମୁଖ୍ୟ ଅତିଥି ଭାବେ ଅତିରିକ୍ତ ଜିଲ୍ଲାପାଳ ରମାକାନ୍ତ ସେଠୀ, ସମ୍ମାନିତ ଅତିଥି ଭାବେ ଜିଲ୍ଲା ସଂସ୍କୃତି ଅଧିକାରୀ ଶିଶିର ସାହୁ ପ୍ରମୁଖ ବ୍ୟକ୍ତି ଯୋଗ ଦେଇଥିଲେ। ଏଥିସହ ଜିଲ୍ଲାର ତିନୋଟି ବ୍ଲକର୧୩୦ କଳାକାରମାନେ ଅଂଶଗ୍ରହଣ କରିଥିଲେ। ଏଥିରେ ଲୋକନୃତ୍ୟ,ଲୋକ ସଙ୍ଗୀତ ,କୁଚିପୁଡି, ଭାରତନାଟ୍ୟ, ନାଟକ, ତବଲା, ମୃଦଙ୍ଗଭଳି ବିଭିନ୍ନ ପ୍ରକାର ପ୍ରତିଯୋଗୀତା ହୋଇଥିଲା।