ହ୍ୱାଇଟ୍‌ହାଉସ୍‌ରେ ଟ୍ରମ୍ପ ପାଳିଲେ ଦୀପାବଳି

0
104
Donald Trump celebrated Diwali at White House, lights diya

ୱାଶିଂଟନ୍‌: ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ମଙ୍ଗଳବାର ରାଷ୍ଟ୍ରପତି ଭବନ ହ୍ୱାଇଟ୍‌ହାଉସ୍‌ରେ ଦୀପ ଜାଳି ହିନ୍ଦୁ ପ୍ରମୁଖ ପର୍ବ ଦୀପାବଳିକୁ ପାଳନ କରିଛନ୍ତି। କିନ୍ତୁ ଏହି ଉତ୍ସବରେ ଦୀପ ଜାଳି ଉଦ୍‌ଘାଟନ କରିଥିବା ଉକ୍ତ ରାଷ୍ଟ୍ରପତି ଦୀପାବଳୀକୁ ହିନ୍ଦୁଙ୍କ ପର୍ବ ନକହି ଅଡ଼ୁଆରେ ପଡ଼ିଛନ୍ତି। ସେ ଏହି ଟ୍ୱିଟ୍‌ରେ ଦୀପାବଳୀକୁ ଭାରତୀୟଙ୍କ ପର୍ବ ନଲେଖି ଦୀପାବଳି ଏକ ଛୁଟିଦିନ, ଯାହାକି ଆମେରିକା ଏବଂ ସମଗ୍ର ବିଶ୍ୱର ବୌଦ୍ଧ, ଜୈନ ଏବଂ ଶିଖ୍‌ ଧର୍ମାବଲମ୍ବୀମାନେ ପାଳନ କରିଥାନ୍ତି ବୋଲି ଲେଖିଛନ୍ତି। ଟ୍ରମ୍ପ କୌଣସି ସ୍ଥାନରେ ହିନ୍ଦୁ ଶବ୍ଦର ବ୍ୟବହାର କରିନଥିବାରୁ ଏହା ହିନ୍ଦୁମାନଙ୍କ ପାଇଁ ଘୋର ଅପମାନ ଥିଲା ଯାହାକି ଟ୍ୱିଟ୍‌ ବିରୋଧର ରୂପ ନେଇଥିଲା।