ଆଜି ଡ. ମାୟାଧର ମାନସିଂହଙ୍କର ୧୧୩ ତମ ଜନ୍ମ ବାର୍ଷିକ

0
181
dr mayadhara mansingh birthday

ପ୍ରେମିକ କବି ଡ.ମାୟାଧର ମାନସିଂହ ଓହିଆ ସାହିତ୍ୟ ଜଗତରେ ଏକ ସମ୍ମୁଜ୍ୱଳ ବର୍ତିକା । ହାଇସ୍କୁଲରେ ପଢୁଥିବା ବେଳେ ହିଁ ତାଙ୍କ ଠାରେ କାବ୍ୟ ପ୍ରତିଭାର ଉନ୍ମେ୍ମଷ ଘଟିଥିଲା । କୋଣାର୍କର ଅପୁର୍ବ କଳା –ଭାସ୍କର୍ଯ୍ୟରେ ବିମୋହିତ ହୋଇ କବିତା ରଚନା କରିଥିଲେ । ମାନସିଂହଙ୍କ ଦ୍ୱାରା ରଚିତ କୋଣାର୍କ ଗିତୀବାକ୍ୟରେ ପ୍ରଥମ କବିତା୧୯୨୬ ଜୁନ ସଂଖ୍ୟା ର୍ବାରୁର୍ଣୀ ପ୍ରତିକାର ପ୍ରକାଶିତ ହୋଇଥିଲା । ସେହି କବିତାର ଗୋଟିଏ ପଂକ୍ତ୍ି ହେଉଛି,ଯୈାବଦର ଲାବଣ୍ୟଲିଳା ଖେଳୁଅଛି,ଅଙ୍ଗେ ଅଙ୍ଗେ ତବ,ଫୁଟି ଉଠେ ଦେହେ ଦେହେ ସୁଲଳିତ ଅଙ୍ଗ ସଉଷ୍ଠବ, ମନ୍ତ୍ର ଶିଖି ଆସିଥିଲେ ମନ ଜୟେ ମନର ସେଠାରେ ,ବାରଶତ କବି କଳ୍ପନାରେ । ସେ ୧୯୩୧ ମସିହାରେ ପ୍ରକାଶିତ ହୋଇଥିଲା କବିଙ୍କ ପ୍ରଥମ କବିତା ଗ୍ରନ୍ଥ ଓ ଧୂପ । ପ୍ରେମଶସ୍ୟ,ହେମପୁଷ୍ପ,ଅକ୍ଷତ,ବାପୁତର୍ପଣ,ଜୀବନଚିତା ଆଦି ତାଙ୍କର ମୁଖ୍ୟ କବିତା ସଂକଳନ । କବିଙ୍କର ରାଧାନାଥଙ୍କ ପରେ ମାୟାଧାର ମାନସିଂହ ହିଁ ଓଡିଆ ସାହିତ୍ୟରେ ନୂତନ ପିଢିର ପ୍ରମୁଖ କବି । ସେ ୧୯୦୫ ମସିହା ନଭେମ୍ବର ୧୩ରେ ନାଲନ୍ଦରେ ଜନ୍ମଗ୍ରହଣ କରିଥିଲେ । ସେ ଏକାଧାରରେ ଜଣେ ଉଚ୍ଚ କୋଟିର ପ୍ରାବନ୍ଧିକ,ସମାଲୋଚକ,ନାଟକ-ନାଟିକା ଓ ଭ୍ରମଣ ବୃତାନ୍ତ ଲେଖକ ଭାବେ ମଧ୍ୟ ସେ ସୁଖ୍ୟାତି ଅର୍ଜନ କରିଥିଲେ । ଓଡିଆ ବ୍ୟତୀତ ସଂସ୍କୃତ,ଇଂରେଜୀ,ବାଙ୍ଗଲା ଭାଷାରେ ତାଙ୍କର ଗଭୀର ପ୍ରବେଶ ଥିଲା । ଆଜି ତାଙ୍କର ୧୧୩ ତମ ଜନ୍ମବାର୍ଷିକ ଅବସରରେ ବିଭିନ୍ନ ମହଲରୁ ଶୁଭେଛା ଦିଆଯାଇଛି ।