ରୁଷିଆ ପୁଣି ଥରିଲା

0
103
Earthquake of magnitude 6.5 rocks Russia's Kamchatka Peninsula

ମସ୍କୋ: ରୁଷିଆର କାମତଚକା ପ୍ରାୟଦ୍ୱୀପ ଅଞ୍ଚଳରେ ଗୁରୁବାର ଏକ ଭୂକମ୍ପ ଅନୁଭୂତ ହୋଇଛି। ପାଣିପାଗ ବିଭାଗ ସୂଚାନୁଯାୟୀ, ଉକ୍ତ ଭୂକମ୍ପର ତୀବ୍ରତା ରିକ୍ଟର ସ୍କେଲରେ ୬.୫ ଥିବାର ଆକଳନ କରାଯାଇଛି। ଭୂକମ୍ପ ପ୍ରଭାବରେ ଏପର୍ଯ୍ୟନ୍ତ କୌଣସି କ୍ଷୟକ୍ଷତି ହେଵାର ସୂଚନା ମିଳି ନାହିଁ। ଏହି ଅଞ୍ଚଳ ସେସ୍‌ମିକ୍‌ ଜୋନ୍‌ ମଧ୍ୟରେ ରହୁଥିବାରୁ ଏଠାରେ ଅନେକ ସମୟରେ ଭୂକମ୍ପ ଅନୁଭୂତ ହୋଇଥାଏ। ଗତ ମାସରେ ଏଠାରେ ୫.୭ ତୀବ୍ରତାଯୁକ୍ତ ଭୂକମ୍ପ ଅନୁଭୂତ ହୋଇଥିଲା। ଏହାପରେ ସେଦିନ ସେଠାରେ ୩ ଥର ଭୂକମ୍ପ ହୋଇଥିଲା।