ଉଦଘାଟନ ହେଲା ଏକାମ୍ର ସ୍ପୋର୍ଟ୍‌ସ ଲିଟେରାରି ଫେଷ୍ଟିଭାଲ

0
133
ekamra sports festival inaugurated by chief minister naveen pattnayak

ଭୁବନେଶ୍ୱର: ଇମର୍ଜିଂ ସ୍ପୋର୍ଟ୍‌ସ ଓ ଓଡିଶା ସରକାରଙ୍କ କ୍ରୀଡା ଓ ଯୁବସେବା ବିଭାଗର ମିଳିତ ଆନୁକୂଲ୍ୟରେ ଓଡ଼ିଶାରେ ପ୍ରଥମ ଥର ପାଇଁ ଅନୁଷ୍ଠିତ ହୋଇଛି ଏକାମ୍ର ସ୍ପୋର୍ଟ୍‌ସ ଲିଟେରାରି ଫେଷ୍ଟିଭାଲ। ଆଜି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଏହାର ଉଦଘାଟନ କରିଛନ୍ତି। ଉଦଘାଟନରେ ବକ୍ତବ୍ୟ ଦେବାକୁ ଯାଇ ସେ କହିଛନ୍ତି କି ଏହା ଲୋକଙ୍କ ମନରେ ଖେଳ ପ୍ରତି ସ୍ୱତନ୍ତ୍ର ଉତ୍ସାହ ସୃଷ୍ଟି କରିବ ଯେକି ଖେଳାଳି ଓ ଖେଳକୁ ଭଲ ପାଉଥିବା ଲୋକଙ୍କୁ ଏକାଠି କରିବ। ଦୁଇ ଦିନ ଧରି ଭୁବନେଶ୍ୱରରେ ଏହି ଫେଷ୍ଟିଭାଲ ଅନୁଷ୍ଠିତ ହେବ। ଏଥିରେ ଅଂଶଗ୍ରହଣ କରିବା ପାଇଁ କାନାଡିଆନ ଆଥଲେଟ୍‌ ବେନ୍‌ ଜନସନ୍‌, ପୂର୍ବତନ ଭାରତୀୟ ହକି ଅଧିନାୟକ ଧନରାଜ ପିଲେ, ଭାରତୀୟ ଟ୍ରାକ୍‌ ଆଣ୍ଡ ଫିଲ୍‌ଡ ଆଥଲେଟ୍‌ ଶାନ୍ତି ସୁନ୍ଦରରାଜନ, ଅଷ୍ଟ୍ରେଲିଆର ହକି ଅଲିମ୍ପିଆନ ବ୍ରେଂଟ ଲିଭ୍ମୋର ଓ ଅନ୍ୟମାନେ ଗୁରୁବାର ସନ୍ଧ୍ୟାରୁ ଆସି ସାରିଛନ୍ତି।