ବଡ଼ ଭାଇ ଟାଙ୍ଗିଆ ଚୋଟରେ ସାନ ଭାଇର ଗଲା ଜୀବନ

0
122
elder brother kills younger brother

କଳାହାଣ୍ଡି : କଳାହାଣ୍ଡି ଜିଲ୍ଲା ଲାଞ୍ଜିଗଡ଼ ବ୍ଲକ୍‌ ବେଡ଼ାଗାଁ ପଞ୍ଚାୟତର କୁମ୍ଭାର ବାରୁ ଗାଁରେ ଘଟିଯାଇଛି ଏକ ଅଭାବନୀୟ ଘଟଣା ।ବଡ ଭାଇ ତାର ସାନ ଭାଇକୁ ଟାଙ୍ଗିଆରେ ହାଣି ହତ୍ୟା କରିଛି । ମୃତକ ହେଲେ ନାଥ ମାଝୀ (୩୦)। ଅଭୁଯୁକ୍ତ ହେଲେ ରିଗେ ମାଝୀ (୩୫) । ସୂଚନା ଅନୁଯାୟୀ, କିଛି ଦିନ ତଳେ ନାଥ ମାଝୀ ଓ ରିଗେ ମାଝୀ ନିଜ ଭଉଣୀଙ୍କ ବାହାଘର କରିଥିଲେ ହେଲେ ଭୋଜି ଦେଇ ନଥିଲେ। କାଲି ଭଉଣୀ ଓ ଭିଣୋଇ ଘରକୁ ଆସିବାରୁ ଦୁଇ ଭାଇ ଭୋଜିର ଆ‌େୟାଜନ କରିଥିଲେ। ଭୋଜି ସରିବା ପରେ ଭୋଜି ଖର୍ଚ୍ଚକୁ ନେଇ ଦୁଇ ଭାଇଙ୍କ ମଧ୍ୟରେ ଝଗଡ଼ା ଆରମ୍ଭ ହୋଇଥିଲା। ଏହି ସମୟରେ ବଡ ଭାଇ ରାଗି ଯାଇ ସାନ ଭାଇକୁ ଏକ ଟାଙ୍ଗିଆରେ ଆକ୍ରମଣ କରିଥିଲା। ଘଟଣାସ୍ଥଳରେ ତାର ମୃତ୍ୟୁ ଘଟିଥିଲା। ପୁଲିସ ଘଟଣାସ୍ଥଳରେ ପହଞ୍ଚି ଶବ ଜବତ କରିବା ସହ ତଦନ୍ତ ଚଳାଇଛି।