ବିଦ୍ୟୁତ ତାର ସ୍ପର୍ଶରେ ଆସି ପୁଣି ହାତୀ ମୃତ

0
120
elephant-electrocuted-to-death-in-mayurbhan

ମୟୁରଭଞ୍ଜ: ମୟୂରଭଞ୍ଜ ଜିଲ୍ଲା ଚାନ୍ଦୁଆ ସୁନାପୋଷି ଗାଁରେ ହାତୀର ମୃତ୍ୟୁ । ମୃତ ହାତୀର ବୟସ ପ୍ରାୟ ୨୦ବର୍ଷ ହେବ । ୨ଟି ଦନ୍ତା ହାତୀ ଏହି ଅଞ୍ଚଳରେ ଥିଲେ । ସୂଚନା ଅନୁଯାଇ, ୩ଟି ସ୍ଥାନରେ ୧୧ ବିଦ୍ୟୁତ ତାର ଝୁଲି ବିପଦ ଅବସ୍ଥାରେ ଥିଲା । ଏନେଇ ଫରେଷ୍ଟ ଗାର୍ଡ କୁଳିଅଣା ବିଦ୍ୟୁତ ବିଭାଗ କନିଷ୍ଠଯନ୍ତ୍ରୀଙ୍କୁ ବାରମ୍ବାର ଅବଗତ କରାଇଥିଲେ ମଧ୍ୟ ଏହାକୁ ଅଣଦେଖା କରିଥିବା ଅଭିଯୋଗ ହୋଇଛି। ହେଲେ କାର୍ଯ୍ୟାନୁଷ୍ଠାନ ବଦଳରେ ବିଦ୍ୟୁତ୍ ଏବଂ ବନବିଭାଗ ମଧ୍ୟରେ ଚାଲିଛି ଟଣାଓଟରା । ତେବେ ବନ୍ୟପ୍ରାଣୀ ଆଇନ୍ ଅନୁସାରେ ଦୋଷୀ ପ୍ରତି କଠୋର ପଦକ୍ଷେପ ନିଆଯିବ ବୋଲି କହିଛନ୍ତି ବାରିପଦା ଡିଏଫ୍ଓ। ନସ୍କୋର ଅଧୀକ୍ଷଣ ଯନ୍ତ୍ରୀ ଏହି ଦୁର୍ଘଟଣାରେ ବିଭାଗର କର୍ମଚାରୀଙ୍କ ଅବହେଳାକୁ ସ୍ବୀକାର କରିଛନ୍ତି। ଆଜି ଅପରାହ୍ନ ସୁଦ୍ଧା ବନବିଭାଗ ଏବଂ ବିଦ୍ୟୁତ ବିଭାଗର ମିଳିତ ତଦନ୍ତ ପରେ ତୁରନ୍ତ ସମ୍ପୃକ୍ତ କର୍ମଚାରୀମାନଙ୍କ ଉପରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି କହିଛନ୍ତି।