ଚାଷୀ ଆତ୍ମହତ୍ୟା

0
147

କଣ୍ଟାବାଞ୍ଜି: ବଲାଙ୍ଗିର ଜିଲ୍ଲା ତୁରେକେଲା ବ୍ଲକ୍‌ କୁଲିଆଦରୋ ଗାଁରେ ଭଗତ ସଗରିଆ ନାମକ ଜଣେ ଚାଷୀ ଆତ୍ମହତ୍ୟା କରିଥିବା ଅଭିଯୋଗ ହୋଇଛି।

ଭଗତ ପ୍ରାୟ ୧୦ ଏକର ଜମିରେ କପା ଚାଷ କରିଥିଲେ। ଏଥିପାଇଁ  ସେ କିଛି ଲୋକଙ୍କଠାରୁ ହାତ ଉଧାରି କରିଥିଲେ। ତେବେ ଚାଷ ଭଲ ହୋଇ ନଥିବାରୁ ଋଣ ପରିଶୋଧ ନେଇ ସେ ସବୁବେଳେ ଚିନ୍ତାରେ ରହୁଥିଲେ।

ଗତକାଲି ସକାଳେ ସେ ଶୌଚ ପାଇଁ ବାହାରକୁ ଯାଇଥିଲେ। ଏହି ସମୟରେ  ସେ କୀଟନାଶକ ପିଇ ଦେଇଥିଲେ ।ଭଗତଙ୍କୁ ଗୁରୁତର ଅବସ୍ଥାରେ କଣ୍ଟାବାଞ୍ଜି ଡାକ୍ତରଖାନାରେ ଭର୍ତ୍ତି କରାଯାଇଥିଲା। ହେଲେ ଅବସ୍ଥା ଗୁରୁତର ହେବାରୁ ଆଜି ସକାଳେ ଭଗତଙ୍କୁ ବୁର୍ଲା ବଡ଼ ଡାକ୍ତରଖାନାକୁ ସ୍ଥାନାନ୍ତର କରାଯାଇଥିଲା। ତେବେ ବାଟରେ ତାଙ୍କର ମୃତ୍ୟୁ ହୋଇଥିଲା।
ଭଗତ ଋଣ କରି ୧୦ ଏକର ଜମିରେ କପା ଚାଷ କରିଥିଲେ। କପାଚାଷ ଭଲ ନହେବାରୁ ଭଗତ କୀଟନାଶକ ପିଇ ଦେଇଥିଲେ ବୋଲି ତାଙ୍କ ପରିବାର ଲୋକେ କହିଛନ୍ତି।