ଚକଡ଼ା ରୋଗରେ ହତାଶ ଚାଷୀକୁଳ: ରାଜ୍ୟ ସରକାରଙ୍କ ଉପରେ ବର୍ଷିଲା କଂଗ୍ରେସ

0
157

ଭୁବନେଶ୍ୱର: ମାଟିଆ ଗୁଣ୍ଡି ପୋକକୁ ନେଇ ବ୍ୟାପିଥିବା ଚକଡ଼ା ରୋଗରେ ଚାଷୀ ବର୍ତ୍ତମାନ ଆକ୍ରାନ୍ତ। ଆଜି ପ୍ରଦେଶ କଂଗ୍ରେସ କମିଟିର ଅଧ୍ୟକ୍ଷ ସତ୍ୟପ୍ରକାଶ ନାୟକ ଏକ ସାମ୍ବାଦିକ ସମ୍ମିଳନୀରେ ଅଭିଯୋଗ କରିବାକୁ ଯାଇ କହିଛନ୍ତି ଯେ ରାଜ୍ୟ କୃଷି ବିଭାଗ ନକଲି କୀଟନାଶକ ବେପାରୀଙ୍କ ସହ ହାତ ମିଶାଇଛନ୍ତି। ତେଣୁ ରାଜ୍ୟ କୃଷି ବିଭାଗର ଖୁଲାସା କରିବା ନିମନ୍ତେ କଂଗ୍ରେସ ଉଦ୍ୟମ କରିଛି। ନକଲି କୀଟନାଶକ ଔଷଧ ବ୍ୟବହାର ହେଉଛି ବୋଲି କଂଗ୍ରେସ ଅଭିଯୋଗ ଆଣିଛି। ଏହି ପରିପ୍ରେକ୍ଷୀରେ କଂଗ୍ରେସ କେତେଗୁଡିଏ ପ୍ରଶ୍ନ ରଖିଛି। ସେଗୁଡିକ ହେଲା କାହିଁକି ଓ କାହା ସ୍ୱାର୍ଥରେ କୃଷି ବିଭାଗ ଉଚିତ ଭେରାଇଟିର କୀଟନାଶକ ଯୋଗୁଁ ନାହିଁ? ଯଥା ଫ୍ଲୋନିକାମିଡ଼, ପାଈମେଟ୍ରୋଜିଂ,ଡାଇନୋଟିଫୁରନ,। କାହିଁକି ସରକାର ଏହି ୩ଟି ଭେରାଇଟିର କୀଟନାଶକ ଚାଷୀଙ୍କ ପାଇଁ ଉପଲବ୍ଧ କରୁ ନାହାନ୍ତି। ସତ୍ୟ ପ୍ରକାଶ ନାୟକ ଅଭିଯୋଗ କରିବାକୁ ଯାଇ କହିଛନ୍ତି ଯେ ନବୀନ ସରକାର ୨୦୦୦ ମସିହାରୁ ଏ ପର୍ଯ୍ୟନ୍ତ ଷ୍ଟେଟ ପେଷ୍ଟଇସାଈଡ଼ ଟେଷ୍ଟିଙ୍ଗ ଲାବୋରେଟରୀ ପକ୍ଷରୁପରୀକ୍ଷାରେ ଧାରା ପଡିବ ପରେ ଗୋଟିଏ ବି ନକଲି କୀଟନାଶକ ବେପାରୀଙ୍କ ପ୍ରତି କାର୍ଯ୍ୟାନୁଷ୍ଠାନ ନିଅ ଗଲା ନାହିଁ କାହିଁକି। ତେଣୁ ଏହା କୀଟନାଶକ ବେପାରୀ ଏବଂ କୃଷି ବିଭାଗ ଭିତରେ ଚାଲିଥିବା ମିଳିତ ଯୌଥ ଅଟେ। ଗୋଟିଏ ପଟେ ରାଜ୍ୟର ଲକ୍ଷାଧିକ ଚାଷୀ ଚକଡ଼ା ରୋଗ ଯୋଗୁ ହତାଶ ସ୍ଥିତିରେ ଥିବା ବେଳେ, କାହିଁକି ଓ କାହା ସ୍ୱାର୍ଥରେ ସମ୍ବଲପୁର ଲାବୋରେଟରୀକୁ ସରକାର ତାଲା ପକାଇ ରଖିଛନ୍ତି ବୋଲି ସରକାରଙ୍କୁ ଶ୍ରୀ ନାୟକ ପ୍ରଶ୍ନ କରିଛନ୍ତି।