୫୩ ବର୍ଷିୟ ଫ୍ୟାସନ୍‌ ଡିଜାଇନର ମାଲା ଲଖାନୀଙ୍କୁ ହତ୍ୟା

0
111
fashion-designer-mala-lakhani-domestic-help-found-dead-at-delhi-residence

ଦିଲ୍ଲୀ: ଦିଲ୍ଲୀର ବସନ୍ତ କୁଞ୍ଜ ଅଞ୍ଚଳରୁ ଗୁରୁବାର ସକାଳେ ୫୩ ବର୍ଷିୟ ଫ୍ୟାସନ୍‌ ଡିଜାଇନର ମାଲା ଲଖାନୀ ଏବଂ ତାଙ୍କ ଚାକର ବାହାଦୁରଙ୍କ ମୃତଦେହ ଉଦ୍ଧାର କରାଯାଇଛି। ପ୍ରାଥମିକ ତଦନ୍ତରୁ ସେମାନଙ୍କୁ ହତ୍ୟା କରାଯାଇଥିବା ଅଭିଯୋଗରେ ପୁଲିସ୍‌ ରାହୁଲ ଅନୱର ନାମକ ଜଣେ ଯୁବକଙ୍କୁ ଗିରଫ କରିଛି। ସୂଚନାଯୋଗ୍ୟ, ରାହୁଲ ମାଲାଙ୍କ ପାଖରେ ଟେଲର୍‌ କାମ କରୁଥିବା ବେଳେ ମାଲା, ରାହୁଲଙ୍କୁ ତାଙ୍କ ଦରମା ଟଙ୍କା ଦେଉ ନଥିଲେ। ଏହାକୁ ନେଇ ରାହୁଲ ନିଜ ସହଯୋଗୀଙ୍କ ସହ ମିଶି ମାଲାଙ୍କ ହତ୍ୟା ଷଡ଼ଯନ୍ତ୍ର କରିବା ଉଦ୍ଦେଶ୍ୟରେ ତାଙ୍କ ଘରେ ପଶିଥିଲେ। କିନ୍ତୁ ହତ୍ୟା ସମୟରେ ମାଲାଙ୍କ ଚିତ୍କାର ଶୁଣି ବାହାଦୁର ସେଠାରେ ପହଞ୍ଚି ତାଙ୍କୁ ବଞ୍ଚାଇବାକୁ ଚେଷ୍ଟା କରିବାରୁ ଅଭିଯୁକ୍ତମାନେ ତାଙ୍କୁ ମଧ୍ୟ ହତ୍ୟା କରିଥିଲେ।