ଜଳିଲା ଦୂରଦର୍ଶନ…

0
134

କେନ୍ଦ୍ରୀୟ ଦିଲ୍ଲୀର ମଣ୍ଡୀ ହାଉସ ନିକଟରେ ଥିବା ଦୂରଦର୍ଶନ ଭବନରେ ଅଗ୍ନିକାଣ୍ଡ ।

ସୂଚନା ଅନୁଯାୟୀ ଦୂରଦର୍ଶନ ଭବନର ଏସି ପ୍ଲାଣ୍ଟରେ ନିଆଁ ଲାଗିଛି । ତେବେ ପ୍ରାୟ ୧୦ ମିନିଟ ହେବ ଅଗ୍ନିଶମ ବିଭାଗ ନିଆଁକୁ ଆୟତ୍ତ କରିବାରେ ଲାଗିଛନ୍ତି ।
ଫାୟାର ଅଧିକାରୀ ସୂଚନା ଅନୁଯାୟୀ ମଣ୍ଡି ହାଉସର ଦୂରଦର୍ଶନ ଭବନର ଏସି ପ୍ଲାଣ୍ଟରେ ନିଆଁ ଲାଗିଥିଲା । ବର୍ତ୍ତମାନ ୮ଟି ଦମକଳ ଗାଡି ଘଟଣାସ୍ଥଳରେ ନିୟୋଜିତ ଅଛନ୍ତି । ତେବେ ଏହି ଅଗ୍ନିକାଣ୍ଡରେ କିଛି କ୍ଷୟକ୍ଷତି ହୋଇନାହିଁ । କହିରଖୁଛୁ ଆଜି ସକାଳେ ମୁମ୍ବାଇରେ ମଧ୍ୟ ଅଗ୍ନିକାଣ୍ଡ ଘଟିଥିଲା ଯେଉଁଥିରେ ୪ଜଣଙ୍କ ମୃତ୍ୟୁ ହୋଇଥିଲା ।