ଯେଉଁଠି ଆକାଶ ମାର୍ଗରୁ ହୁଏ ମାଛ ବର୍ଷା

0
179
fish-rain-down-from-sky

ଆମେରିକାର ଉଟାହର ମାଉଣ୍ଟେନ୍‌ ଲେକ୍‌ ଉପରେ ଦେଖିବାକୁ ମିଳେ ଏକ ନିଆରା ଦୃଶ୍ୟ ଯେଉଁଠାରେ ଆକାଶରୁ ମାଛ ବର୍ଷା ହୋଇଥାଏ। ଏହାର ଦୃଶ୍ୟ ଖୁବ ମନଲୋଭା। କିନ୍ତୁ ଏହା ପ୍ରାକୃତିକ ନୁହେଁ ସମ୍ପୂର୍ଣ୍ଣ ମନୁଷ୍ୟକୃତ। ଏଠାକାର ପର୍ଯ୍ୟଟକଙ୍କୁ ଆକୃଷ୍ଟ କରିବା ହେଉଛି ଏହାର ପ୍ରଧାନ ଉଦ୍ଦେଶ୍ୟ। ସୂଚନାଯୋଗ୍ୟ, ହେଲିକପ୍ଟର ଦ୍ୱାରା ପାହାଡ ଉପରେ ତିଆରି କରାଯାଇଥିବା ମାଉଣ୍ଟେନ୍‌ ଲେକ୍‌ରେ ମାଛ ବର୍ଷା କରାଯାଇଥାଏ। ଯେଉଁ ମାଛ ଗୁଡିକର ଲମ୍ବ ୧ରୁ ୩ ସେଣ୍ଟିମିଟର ମଧ୍ୟରେ ହୋଇଥାଏ। ସଡ଼କ ପଥରେ ନେଲେ ଅଧିକାଂଶ ମାଛ ମରିଯିବା କାରଣରୁ ସେଠାକାର ହ୍ରଦରେ ମାଛଗୁଡିକୁ ହେଲିକପ୍ଟର ମାଧ୍ୟମରେ ଛଡା ଯାଇଥାଏ। ଏଭଳି ନ କଲେ ହ୍ରଦ ଖାଲି ଲାଗିବା ସହ ପର୍ଯ୍ୟଟକଙ୍କ ଭିଡ଼ ମଧ୍ୟ କମିଯିବ। ତେଣୁ ପ୍ରତିବର୍ଷ ଅଗଷ୍ଟ ମାସରେ ଏଠାରେ ହେଲିକପ୍ଟର ମାଧ୍ୟମରେ ମାଛ ଯାଆଁଳ ଛଡା ଯାଇଥାଏ।