ଆଫଗାନିସ୍ତାନର ଶାନ୍ତି ପ୍ରତିଷ୍ଠା ପାଇଁ ତାଲିବାନ ସହ ଆଲୋଚନା କରିବ ଭାରତ

0
137
India to participate in Moscow talks with Taliban at ‘non-official level’

ନୂଆଦ୍ୱିଲ୍ଲୀ : ଆଫଗାନିସ୍ତାନରେ ଶାନ୍ତି ପ୍ରତିଷ୍ଠା ପାଇଁ ଭାରତ ତାଲିବାନ ସହିତ ଆଲୋଚନା କରିବ ବୋଲି ବୈଦେଶିକ ମନ୍ତ୍ରାଳୟ ପକ୍ଷରୁ କୁହାଯାଇଛି । ଋଷ ନେତୃତ୍ୱରେ ଶାନ୍ତି ଆଲୋଚନା ପାଇଁ ଶୁକ୍ରବାର ମେସ୍କୋଠାରେ ଏକ ଶିଖର ବୈଠକରେ ଅନୁଷ୍ଠିତ ହେବାକୁ ଯାଉଛି । ଏଥିପାଇଁ ଭାରତ,ଆମେରିକା,ଚୀନ,ଆଫଗାନିସ୍ତାନ,ଇରାନ୍,କାଜାଖସ୍ତାନ,ତାଜିକିସ୍ତାନ ଓ ଉଜବେକିସ୍ତାନ ସମେତ ତାଲିବାନକୁ ମଧ୍ୟ ଋଷ୍ ନିୟନ୍ତ୍ରଣ କରିଛି । ଯାହା ବିଶ୍ୱ ସ୍ତରରେ ପ୍ରଥମ ଥର ପାଇଁ ଏଭଳି ବୈଠକ ଅନୁଷ୍ଠିତ ହେବାକୁ ଯାଉଛି। ସୂଚନା ଯୋଗ୍ୟ,ଭାରତର ବୈଦେଶିକ ମନ୍ତ୍ରାଳୟ ମୁଖପାତ୍ର ରବିଶ୍ କୁମାରଙ୍କ ଭାରତ କେବଳ ଅନୈାପଚାରିକ ଭାବେ ଏହି ବୈଠକରେ ଯୋଗ ଦେବେ। ଭାରତ ସବୁବେଳେ ଆଫଗାନିସ୍ତାନର ଶାନ୍ତି,ସୁରକ୍ଷା,ସ୍ଥିରତା ଓ ବିକାଶ ସପକ୍ଷରେ ମତ ରଖିଛି । ଆଫଗାନିସ୍ତାନ ସରକାର ନେତୃତ୍ୱରେ ଶାନ୍ତି ଓ ପ୍ରଗତି ପାଇଁ ନିଆଯାଉଥିବା ସମସ୍ତ ପଦକ୍ଷେପକୁ ଭାରତ ସମର୍ଥନକୁ ସ୍ୱାଗତ କରିବ ବୋଲି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ କହିଛନ୍ତି। ସୂଚନା ଯୋଗ୍ୟ,ଭାରତ ପକ୍ଷରୁ ଅମର ସିହ୍ନା ଓ ଟି ଏସ ରାଘବନ ଏଥିରେ ଯୋଗ ଦେବେ ଓ ଏଥିସହ ଋଷର ରାଷ୍ଟ୍ରପତି ଭ୍ଲାଦିମର ପୁଟିନଙ୍କ ଭାରତ ଗସ୍ତ ବେଳେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ସହିତ ବୈଠକ ସଂପର୍କରେ ଆଲୋଚନା ଓ ସହମତି ହୋଇଥିବା ଜଣାପଡିଛି ।