ଚାରି ମୁଖ୍ୟ ବିଚାରପତିଙ୍କୁ ମିଳିଲା ସୁପ୍ରିମ୍‌କୋର୍ଟରେ ପଦୋନ୍ନତି

0
115
four chief judges promoted for supremecourt judges

ଦିଲ୍ଲୀ: ଆଇନ ମନ୍ତ୍ରାଳୟ ପକ୍ଷରୁ ହାଇକୋର୍ଟର ମୁଖ୍ୟ ୪ ବିଚାରପତିଙ୍କ ନିଯୁକ୍ତି ସଂକ୍ରାନ୍ତରେ ବିଜ୍ଞପ୍ତି ଜାରି ହେବା ପରେ ଗୁରୁବାର ସେମାନଙ୍କୁ ସୁପ୍ରିମ୍‌କୋର୍ଟକୁ ପଦୋନ୍ନତି ମିଳିଛି। ସୁପ୍ରିମ୍‌ କୋର୍ଟର କଲେଜିୟମ୍‌ ମଙ୍ଗଳବାର ଉକ୍ତ ୪ ବିଚାରପତିଙ୍କ ପଦୋନ୍ନତି ନିମିତ୍ତ ସୁପ୍ରିମ୍‌କୋର୍ଟର ବିଚାରପତି କରିବା ପାଇଁ ସୁପାରିସ କରିଥିଲେ। ଏହାପରେ ସୁପାରିସ କରିବାର ୪୮ ଘଣ୍ଟା ମଧ୍ୟରେ ଆଇନ ମନ୍ତ୍ରାଳୟ ଏଭଳି ବିଜ୍ଞପ୍ତି ଜାରି କରିଛନ୍ତି। ପଦୋନ୍ନତି ପାଇଥିବା ବିଚାରପତିଙ୍କ ମଧ୍ୟରେ ଜଷ୍ଟିସ୍‌ ହେମନ୍ତ ଗୁପ୍ତା ବର୍ତ୍ତମାନ ମଧ୍ୟପ୍ରଦେଶ ହାଇକୋର୍ଟର ମୁଖ୍ୟ ବିଚାରପତ ଥିବା ବେଳେ ଜଷ୍ଟିସ୍‌ ଅଜୟ ରୋସ୍ତଗି ତ୍ରିପୁରା ହାଇକୋର୍ଟର ମୁଖ୍ୟ ବିଚାରପତି, ଜଷ୍ଟିସ୍‌ ଏମ୍‌ ଆର୍‌ ଶାହା ପାଟନା ହାଇକୋର୍ଟର ଇନ୍‌କ୍ୟୁବ୍‌ମେଣ୍ଟ ମୁଖ୍ୟ ବିଚାରପତି ଏବଂ ଜଷ୍ଟିସ୍‌ ଆର୍‌ ସୁଭାଷ ରେଡ୍ଡୀ ଗୁଜରାଟ ହାଇ କୋର୍ଟର ମୁଖ୍ୟ ବିଚାରପତି ଅଛନ୍ତି। ଏବେ ସର୍ବୋଚ୍ଚ ନ୍ୟାୟାଳୟରେ ପ୍ରଧାନ ବିଚାରପତିଙ୍କୁ ମିଶାଇ ୨୪ ଜଣ ବିଚାରପତି ଥିବା ବେଳେ ଏହାର ଅନୁମୋଦିତ ବିଚାରପତିଙ୍କ ସଂଖ୍ୟା ୩୧ ଅଟେ।