ରେଳ ଧାରଣା ମରାମତି ବେଳେ ଦୁର୍ଘଟଣା: ୪ ଜଣ ମୃତ

0
109
four-workers-dead-in-releway-track-repair

ଲକ୍ଷ୍ନୌ: ଆଜି ଉତ୍ତର ପ୍ରଦେଶର ହରଦୋଇଠାରେ ଏକ ଦୁର୍ଘଟଣା ଘଟିଯାଇଛି। ରେଳ ଧାରଣା ମରାମତି କରୁଥିବା ସମୟରେ କିଛି ଶ୍ରମିକଙ୍କ ଉପରେ ଏକ ଟ୍ରେନ୍‌ ମାଡ଼ିଯିବାରୁ ୪ ଜଣଙ୍କର ମୃତ୍ୟୁ ଘଟିଛି। ସୂଚନା ଅନୁଯାୟୀ, ଆଜି ମଧ୍ୟାହ୍ଣରେ କିଛି ଶ୍ରମିକ ରେଳ ଧାରଣାରେ ମରାମତି କାର୍ଯ୍ୟ କରୁଥିଲେ। ସେହି ସମୟରେ କୋଲକାତା-ଅମୃତସର ଅକାଲତଖତ ଏକ୍ସପ୍ରେସ ଦ୍ରୁତଗତିରେ ଆସିବା ଫଳରେ ଶ୍ରମିକଙ୍କ ଉପରେ ମାଡ଼ି ଯାଇଥିଲା। ଫଳରେ ଘଟଣା ସ୍ଥଳରେ ହିଁ ୪ ଜଣ ଶ୍ରମିକଙ୍କ ମୃତ୍ୟୃ ଘଟିଥିଲା।