‘ଷ୍ଟାଚ୍ୟୁ ଅଫ୍‌ ୟୁନିଟି’ର ନିର୍ମାଣ ପରେ ବଳି ପଡିଥିବା ବଳକା ପଥରରେ ନିର୍ମାଣ କରାଯିବ ‘ଗେଟ୍‌ ଅଫ୍‌ ୟୁନିଟି’

0
108
gate of unity to be built in sikar

ନୂଆଦିଲ୍ଲୀ: ଭାରତର ସବୁଠୁ ଉଚ୍ଚ ମୂର୍ତ୍ତି ‘ଷ୍ଟାଚ୍ୟୁ ଅଫ୍‌ ୟୁନିଟି’ ତିଆରି ପରେ ବଳି ପଡ଼ିଥିବା ପଥରରେ ରାଜସ୍ଥାନର ସିକର ନିକଟରେ ନିର୍ମାଣ କରାଯିବ ‘ଗେଟ୍‌ ଅଫ୍‌ ୟୁନିଟି’। ‘ଷ୍ଟାଚ୍ୟୁ ଅଫ୍‌ ୟୁନିଟି’ ନିର୍ମାଣ ନିମନ୍ତେ ପାଖାପାଖି ଦେଢ଼ ଲକ୍ଷ ଲାଲ୍‌ ପଥର ଅଣାଯାଇଥିଲା। ଯାହାକିଛି ବଳକା ରହି ଯାଇଛି ତାହାକୁ ସିକରକୁ ନିଆଯାଉଛି। ଏହି ୪୬ ଫୁଟ୍‌ ଉଚ୍ଚ ତୋରଣ ବା ଗେଟ୍‌ରେ ରହିବ ସର୍ଦାର ପଟେଲଙ୍କ ଆବକ୍ଷ ପ୍ରତିମା ଓ ଜାତୀୟ ପତାକା। ଏଥିପାଇଁ ପ୍ରାୟ ୭୫ ଲକ୍ଷ ଟଙ୍କା ଖର୍ଚ୍ଚ ହେବ ବୋଲି ଆଶା କରାଯାଉଛି। ସୂଚନା ଯୋଗ୍ୟ,ଗୁଙ୍ଗରା ରାସ୍ତାରେ ଏହି ତୋରଣ ନିର୍ମାଣ କରାଯିବା ପାଇଁ ପବ୍ଲିକ୍‌ ଓ୍ଵାର୍କସ୍‌ ଡିପାର୍ଟମେଣ୍ଟ୍‌ ଅନୁମତି ଦେଇ ସାରିଛି।