ତାଳଗୁଡ଼କୁ ଜିଆଇ ମାନ୍ୟତା

0
102

ଭୁବନେଶ୍ୱର: ରାଜ୍ୟରେ ପାରମ୍ପରିକ ଢଙ୍ଗରେ ପ୍ରସ୍ତୁତ ହେଉଥିବା ତାଳଗୁଡ଼ର ଭୌଗୋଳିକ ଉତ୍ପତ୍ତି ବା ଜିଆଇ ମାନ୍ୟତା ଦେବା ପାଇଁ ଯୋଜନା ହୋଇଛି। ଏହା ଦ୍ୱାରା ଏହାର ବିକ୍ରି ବଢ଼ିବା ସହିତ ରାଜ୍ୟ ତଥା ରାଜ୍ୟ ବାହାରେ ମଧ୍ୟ ଏହାର ଚାହିଦା ବଢ଼ିବ ବୋଲି ଆଶା କରାଯାଉଛି। ତାଳଗୁଡ଼କୁ ଜିଆଇ ମାନ୍ୟତା ଦେବାରେ ସିଟିଟିସିର ସହାୟତା ନିମିତ୍ତ ତାଳଗୁଡ଼ ସଂଘ ଓ ସିଟିଟିସି ମଧ୍ୟରେ ଏକାଧିକ ବୈଠକ ଅନୁଷ୍ଠିତ ହୋଇଥିବା ଜଣାପଡ଼ିଛି। ସଂଘର ଜଣେ ବରିଷ୍ଠ ଅଧିକାରୀ କହିଛନ୍ତି, ରାଜ୍ୟରେ ତାଳଗୁଡ଼ର ୪ଟି ବିକ୍ରି ପଏଣ୍ଟ ରହିଛି। ଖଣ୍ଡଗିରି, ୟୁନିଟ-୨, କଟକ ଓ ସାଲେପୁରସ୍ଥିତ ବହୁଗ୍ରାମରେ ତାଳଗୁଡ଼ ବିକ୍ରି ହେବା ସହ ରାଜ୍ୟବ୍ୟାପୀ ହେଉଥିବା ବିଭିନ୍ନ ପ୍ରଦର୍ଶନୀରେ ମଧ୍ୟ ଏହାକୁ ବିକ୍ରି କରାଯାଉଛି। ସେଥିନିମିତ୍ତ ରାଜ୍ୟରେ ତାଳଗୁଡ଼କୁ ପ୍ରସ୍ତୁତ କରୁଥିବା ଚାଷୀମାନେ କିଭଳି ବିନା ଜାଳେଣି କାଠ‌ରେ ଏହାକୁ ଉପଯୁକ୍ତ ଢଙ୍ଗରେ ପ୍ରସ୍ତୁତ କରିବେ ସେଥି ନିମିତ୍ତ ଉଦ୍ୟମ କରାଯିବ। ଯାହାଫଳରେ ଚାଷୀମାନଙ୍କ ଉତ୍ପାଦନ କ୍ଷମତା ମଧ୍ୟ ବଢ଼ିପାରିବ। ଅପରପକ୍ଷରେ ତାଳଗୁଡ଼ ବ୍ୟତୀତ କୋରାପୁଟରେ ପ୍ରସ୍ତୁତ ହେଉଥିବା ଡଙ୍ଗରିଆ ସାଲ ଓ ରାୟଗାଡ଼ରେ ମିଳୁଥିବା ସଉରା ପେଣ୍ଟିଂକୁ ମଧ୍ୟ ଜିଆଇ ମାନ୍ୟତା ଦେବା ଉପରେ ଯୋଜନା ହୋଇଛି।