ଭାରତୀୟମାନଙ୍କୁ ଜାତିସଂଘର ଦୀପାବଳି ଉପହାର

0
109
the gift of united nations for indians in diwali occasion

ନୂଆଦିଲ୍ଲୀ: ଦୀପାବଳି ଉପଲକ୍ଷେ ଜାତିସଂଘର ପୋଷ୍ଟାଲ୍‌ ଏଜେନ୍‌ସି ଗୋଟିଏ ପୃଷ୍ଠାସମ୍ବଳିତ ସ୍ୱତନ୍ତ୍ର ଡାକ ଟିକେଟ ପ୍ରକାଶ କରିଛି। ଏହି ପୃଷ୍ଠାରେ ଛାପା ଯାଇଥିବା ଟିକେଟ ଗୁଡିକରେ ଦୀପ ସଙ୍କେତ ରହିଛି। ଏବେ କେବଳ ଭାରତ ନୁହେଁ ଅନ୍ୟାନ୍ୟ ବହୁ ଦେଶରେ ମଧ୍ୟ ବଡ଼ ଉତ୍ସାହ ଉଦ୍ଦୀପନା ସହ ଦୀପାବଳି ପାଳନ କରାଯାଉଛି। ଏ ଭଳି ସ୍ୱତନ୍ତ୍ର ଟିକେଟ ପ୍ରକାଶ କରିବାକୁ ବହୁ ପୂର୍ବରୁ ସଂସ୍ଥା ତରଫରୁ ନିଷ୍ପତ୍ତି ନିଆଯାଇଥିଲା। ୧୦ଟି ଡାକ ଟିକେଟ ଥିବା ଏହି ପୃଷ୍ଠାଟିର ମୂଲ୍ୟ ରଖାଯାଇଛି ଭାରତୀୟ ମୁଦ୍ରାରେ ପ୍ରାୟ ୧୧୦୦ ଟଙ୍କା। ୟୁ ଏନ ଷ୍ଟାମ୍ପସ ୱେବ୍‌ସାଇଟ୍‌ରେ ଏହି ଟିକେଟ ଗୁଡ଼ିକ ମିଳୁଅଛି।ଦୀପାବଳି ଅବସରରେ ଭାରତୀୟମାନଙ୍କ ପାଇଁ ଜାତିସଂଘ ତରଫରୁ ଏହାକୁ ସ୍ୱତନ୍ତ୍ର ଉପହାର ବୋଲି କୁହାଯାଉଛି।