ଗୁଗଲ ଡୁଡଲରେ ଏଲିଶାଙ୍କୁ ୧୩୧ତମ ଶୁଭେଚ୍ଛା

0
103
Google Doodle Celebrates Elisa Leonida Zamfirescu's 131st Birthday

ଗୁଗଲ ଡୁଡଲ ଦୁନିଆର ସବୁଠାରୁ ପ୍ରଥମ ମହିଳା ଇଂଜିନିଏରମାନଙ୍କ ମଧ୍ୟରୁ ଜଣେ ପରିଗଣିତ ହେଉଥିବା ଏଲିଶା ଲିଓନିଡା ଯମଫିରେସ୍କୁଙ୍କୁ ଆଜି ୧୩୧ତମ ଜନ୍ମ ବାର୍ଷିକୀ ଉପଲକ୍ଷେ ଶୁଭେଚ୍ଛା ଜ୍ଞାପନ କରିଛି। ଯମଫିରେସ୍କୁ ରୋମାନିଆ ଇଂଜିନିଏର ମାନଙ୍କ ଜେନେରାଲ ଆସୋସିଏସନର ପ୍ରଥମ ମହିଳା ସଦସ୍ୟ ଥିଲେ। ସେ ବିଭିନ୍ନ ଆର୍ଥିକ ଅଧ୍ୟୟନର ନିରୀକ୍ଷଣ ମଧ୍ୟ କରିଥିଲେ। ଯେଉଁଥିରେ ସେ କୋଇଲା, ପ୍ରାକୃତିକ ଗ୍ୟାସ, ତମ୍ବା, କ୍ରୋମିୟମ, ବକ୍ସାଇଟ ଭଳି ପ୍ରାକୃତିକ ସନ୍ଧାନର ଗବେଷଣା କରିଥିଲେ। ଏହାପରେ ୧୯୯୩ ରେ ତାଙ୍କୁ ରାଜଧାନୀ ବୁଖାରେଷ୍ଟ ସଡ଼କରେ ନାମକରଣ କରି ସମ୍ମାନିତ କରାଯାଇଥିଲା। ଏଲିଶା ରୋମାନିଆର ବନ୍ଦରଗାହଠାରେ ୧୦ ନଭେମ୍ବର ୧୮୮୭ରେ ଜନ୍ମ ଗ୍ରହଣ କରିଥିଲେ। ବାଲ୍ୟ କାଳରୁ ତାଙ୍କୁ ନିଜ ଶିକ୍ଷା ଓ ବୃତ୍ତିକୁ ଆଗକୁ ବଢେଇବାକୁ ବହୁ ବାଧାବିଘ୍ନର ସମ୍ମୁଖୀନ ହେବାକୁ ପଡିଥିଲେ ମଧ୍ୟ ସେ ବୁଖାରେଷ୍ଟର ସେଣ୍ଟ୍ରାଲ ସ୍କୁଲ ଅଫ ଗର୍ଲସରେ ସବୁଠାରୁ ଉଚ୍ଚ ଅଙ୍କ ସହ ସ୍ନାତକ ଉପାଧି ପ୍ରାପ୍ତ କରିଥିଲେ। ଏହିପରି ନିଜ ଜ୍ଞାନ କୌଶଳ ଏବଂ ପ୍ରଚେଷ୍ଠା ବଳରେ ଶେଷରେ ସେ ନିଜ ଲକ୍ଷ୍ୟ ପଥରେ ପହଞ୍ଚି ପାରିଥିଲେ। ଶେଷରେ ୨୫ ନଭେମ୍ବର ୧୯୭୩ରେ ୮୬ ବର୍ଷ ବୟସରେ ସେ ମୃତ୍ୟୁ ବରଣ କରିଥିଲେ।