ଲଞ୍ଚ ହେଲା ଜିଏସଏଟି-୨୯

0
98

ନୂଆଦିଲ୍ଲୀ: ଆଜି ଇସରୋ ଦ୍ୱାରା ଆନ୍ଧ୍ରପ୍ରଦେଶର ଶ୍ରୀହରିକୋଟା ଠାରେ ଦେଶର ନୂତନ ସଂଚାର ଉପଗ୍ରହ ଜିଏସଏଟି-୨୯ ସତୀଶ ଧାୱନ ସ୍ପେସ ସେଣ୍ଟର ଠାରେ ଲଞ୍ଚ କରାଯାଇଛି। ଇସରୋ କହିବା ମୁତାବକ ଆଜି ପାଗ ଭଲ ରହିବ ଦ୍ୱାରା ନୂତନ ସଂଚାର ଉପଗ୍ରହ ଜିଏସଏଟି-୨୯ ର ଲଞ୍ଚୀଙ୍ଗରେ କୌଣସି ଅସୁବିଧା ହୋଇନଥିଲା। ଇସରୋର ଚେୟାରମ୍ୟାନ କେ. ସେବାନଙ୍କ କହିବା ମୁତାବକ ଜିଏସଏଟି-୨୯ରେ ଏକ ଉନ୍ନତ କିସମର ‘ହାଇ ରିଜୋଲ୍ୟୁସନ’ କ୍ୟାମେରା ଲାଗିଛି। ଏହି କ୍ୟାମେରାକୁ ‘ଜିୟୋଆଇ’ ନାମ ଦିଆଯାଇଛି। ଏହା ମାଧ୍ୟମରେ ହିନ୍ଦୁ ମହାସାଗରରେ ଭାରତର ଶତୃମାନଙ୍କ ଉପରେ ଏବଂ ସେମାନଙ୍କ ଜାହାଜ ଉପରେ ନଜର ରଖାଯାଇପାରିବ। ଏଥିସହ ଏହି ସଂଚାର ଉପଗ୍ରହ ମାଧ୍ୟମରେ ଜାମ୍ମୁ ଓ କାଶ୍ମୀର ସମେତ ଉତ୍ତର ପୂର୍ବ ଭାରତ ଇଲାକାରେ ଇଣ୍ଟରନେଟ ପହଞ୍ଚାଯାଇପାରିବ।