ବୃଦ୍ଧାଙ୍କ ଝୁଲନ୍ତା ମୃତ ଦେହ ଉଦ୍ଧାର

0
115
hanging dead body found

ଅନଗୁଳ: ଅନୁଗୁଳ ଜିଲ୍ଲା ପାଳଲହରା ବ୍ଲକ୍ ବାଲି ପଶି ପଞ୍ଚାୟତ ଠାରେ ଥିବା ଯୋଗୀମୁଣା ଗ୍ରାମର ପୋଖରୀ ନିକଟରେ ଥିବା ଏକ ମହୁଲ ଗଛରେ ଗାମୁଛା ଓ ଦଉଡି ବେକରେ ଗୋଡ଼ାଇ ହୋଇ ଆଣ୍ଠୁ ମାଡ଼ିଥିବା ଅବସ୍ଥାରେ ଏକ ମୃତ ଦେହ ମିଳିଛି । ମୃତକ ହେଲେ ସିଗଡ ପଞ୍ଚାୟତ ନାଇକାନିପାଲି ଗ୍ରାମର ବୁଟୁ ନାୟକ । ତାଙ୍କ ବୟସ ପାଖା ପାଖି ୫୦ ହେବ ବୋଲି ଅନୁମାନ କରାଯାଉଛି। ଏହି ଘଟଣାକୁ ଗାଁ ଲୋକ ଆତ୍ମହତ୍ୟା ନୁହେଁ ହତ୍ୟା ବୋଲି ଅଭିଯୋଗ କରିଛନ୍ତି । ଘଟଣା ସ୍ଥଳରେ ପ୍ରବଳ ଉତ୍ତେଜନା ଦେଖାଦେଇଛି । ପାଳଲହରା ପୋଲିସି ଘଟଣା ସ୍ଥଳରେ ପହଞ୍ଚି ମୃତ ଦେହ ଜବତ କରି ତଦନ୍ତ ଜାରି ରଖିଛନ୍ତି ।