ହରିହର ବେଶରେ ଭକ୍ତଙ୍କୁ ଦର୍ଶନ ଦେଲେ ମହାପ୍ରଭୁ

0
101
harihar besa in mahaprabhu

ପୁରୀ : ଆଜି ପୁରୀ ଶ୍ରୀମନ୍ଦିରରେ ମହାପ୍ରଭୁ ହରିହର, ରାଧା ଦାମୋଦର ବେଶରେ ଭକ୍ତଙ୍କୁ ଦର୍ଶନ ଦେଇଥିଲେ। ମହାପ୍ରଭୁଙ୍କ ଏହି ବେଶ ଦେଖିବାକୁ ଶ୍ରୀମନ୍ଦିରରେ ପ୍ରବଳ ଭିଡ଼ ଜମିଥିଲା। ପରମ୍ପରା ଅନୁଯାୟୀ, ବଡ ଠାକୁର ହର (ଶିବ) ଜଗନ୍ନାଥ ରାଧା ଦାମୋଦର ବା ହରି (ବିଷ୍ଣୁ) ବେଶରେ ଦର୍ଶନ ଦେଇଥାନ୍ତି। ଏହି ଅବସରରେ ବଡ ଠାକୁର ୩୨ ପ୍ରକାର ସୁବର୍ଣ୍ଣ ଅଳଙ୍କାର ପରିଧାନ କରିଥିଲେ। କାର୍ତ୍ତିକ ମାସର ଦୀପାବଳି ଅମାବାସ୍ୟାଠାରୁ ଶୁକ୍ଳ ଦଶମୀ ମଧ୍ୟରେ ସୋମବାର ପଡିଲେ ବଡ ଠାକୁରଙ୍କ ହରିହର ବେଶ ଅନୁଷ୍ଠିତ ହୋଇଥାଏ।