ହରମନ୍‌ପ୍ରୀତଙ୍କ ବିସ୍ପୋରକ ଇନିଂସ୍‌ : ଭାରତ ବିଜୟୀ

0
116
Harmanpreet kaur becomes 1st Indian woman to score T20I century

ଗୁଏନା: ୱେଷ୍ଟଇଣ୍ଡିଜ୍‌ରେ ଖେଳାଯାଉଥିବା ମହିଳା ଟି୨୦ ବିଶ୍ୱକପ୍‌ର ନ୍ୟୁଜିଲ୍ୟାଣ୍ଡ ବିପକ୍ଷ ମ୍ୟାଚ୍‌ରେ ଭାରତ ୧୯୪ ରନ୍‌ରେ ନୂଆ କୀର୍ତ୍ତିମାନ ସ୍ଥାପନ କରିଛି। ଅଧିନାୟକ ହରମନ୍‌ପ୍ରୀତ ଟି୨୦ରେ ପ୍ରଥମ ଭାରତୀୟ ମହିଳାଭାବେ ଗୌରବ ଅର୍ଜନ କରିଛନ୍ତି। ୫୧ଟି ବଲ୍‌ରେ ବିଶ୍ୱରେ ତୃତୀୟ ଶତକ ସ୍ଥାନ ପାଇଛି। ଟସ୍‌ ଜିତି ଭାରତ ବ୍ୟାଟିଂ ନିଷ୍ପତ୍ତି ନେଇଥିଲା। ଇନିଂସ୍‌ ଆରମ୍ଭରୁ ତାନିଆ ଭାଟିଆ ଏବଂ ସ୍ମୃତି ମାନ୍ଧନଙ୍କ ୱେକେଟ ହରାଇଥିଲା ଭାରତ। ହେଲେ ଜେମିମା ରୋଡିଗ୍ରସ୍‌ ଏବଂ ହମରମନ୍‌ ୧୩୪ ରନ୍‌ର ଭାଗିଦାରୀ ଖେଳି ମହିଳା ଟି୨୦ ବିଶ୍ୱକପ୍‌ରେ ସର୍ବାଧିକ ରେକର୍ଡ ହାସଲ କରିଛନ୍ତି। ଜେମିମା କାଲିର ମ୍ୟାଚ୍‌ରେ ଏକ ଅର୍ଦ୍ଧଶତକ ହାସଲ କରିବାରେ ୧୮ବର୍ଷ ୬୫ ଦିନର ଜେମିମା ଏପରି ରେକର୍ଡ କରିବାରେ ସର୍ବକନିଷ୍ଠ ଭାରତୀୟ ଏବଂ ବିଶ୍ୱରେ ୧୯୫ ରନ୍‌ର ଟାର୍ଗେଟ୍‌ ହାସଲ କରିବାକୁ ଯାଇ ନ୍ୟୁଜିଲ୍ୟାଣ୍ଡ ୧୩ ଓଭରରେ ୪ଟି ୱିକେଟ୍‌ ହରାଇ ୯୬ ରନ୍‌ କରିପାରିଛି। ଭାରତର ଡି ହେମଲତା ଏବଂ ପୁନମ୍‌ ଯାଦବ ଉଭୟ ୨ଟି ଲେଖାଏ ୱିକେଟ୍‌ ନେଇଛନ୍ତି। ହରମନ୍‌ପ୍ରୀତଙ୍କ ବିସ୍ପୋରକ ଇନିଂସ୍‌ ଦେଖି ସମଗ୍ର ଦେଶରୁ ଶୁଭେଚ୍ଛାର ସୁଅ ଛୁଟିଛି।