ପାଇଲଟ୍‌ଙ୍କ ଭୁଲବଶତଃ ବଟନ ଟିପିବା ଦ୍ୱାରା ବିମାନରେ ହାଇଜାକ୍‌ ଭୟ

0
100
Hijack Scare In Delhi After Pilot Presses Wrong Button On Kandahar Flight

ଦିଲ୍ଲୀ: କାନ୍ଦାହାର ଅଭିମୁଖେ ଯାତ୍ରା କରୁଥିବା ଆରିଆନା ଆଫଗାନ୍‌ ଏୟାର୍‌ଲାଇନ୍ସ୍‌ର ଏଫ୍‌ଜି୩୧୨ ବିମାନ ହାଇଜାକ୍‌ ଭୟରେ ଶନିବାର ଦିଲ୍ଲୀ ଆନ୍ତଃରାଷ୍ଟ୍ରୀୟ ବିମାନ ବନ୍ଦରରେ ନିରାପତ୍ତା ଅଧିକାରୀଙ୍କୁ ଅସ୍ତବ୍ୟସ୍ତ କରି ଦେଇଥିଲା। କିନ୍ତୁ ପରେ ସୂଚନା ମିଳିଥିଲା ଯେ ଉକ୍ତ ବିମାନର ପାଇଲଟ୍‌ ଜଣକ ଉଡାଣ ଭରିବାକୁ ଯାଉଥିବା ସମୟରେ ଭୁଲବଶତଃ ହାଇଜାକ୍‌ ବଟନ୍‌କୁ ଟିପି ଦେଇଥିଲେ। ଏହାପରେ ସନ୍ତୋଷଜନକ ନିରାପତ୍ତା ଯାଞ୍ଚ କରାଯିବା ପରେ ବିମାନଟି ପ୍ରାୟ ୨ ଘଣ୍ଟା ପରେ ଅପରାହ୍ଣ ୩:୩୦ରେ ନିଜର ଉଡାଣ ଭରିଥିଲା। ଏ ସଂକ୍ରାନ୍ତରେ ସମ୍ପୃକ୍ତ ଅଧିକାରୀମାନେ କହିଛନ୍ତି ଯେ, ଏହି ଘଟଣା ୧୯୯୯ମସିହାରେ ହୋଇଥିବା କାନ୍ଦାହାର ଏୟାର ଇଣ୍ଡିଆ ବିମାନ ଅପହରଣର ଶୀତଳ ସ୍ମୃତିକୁ ମନେ ପକାଇ ଦେଇଛି।