କିଏ ହେବେ ଆମ୍ମା |

0
136

ବଲିଉଡରେ ଚର୍ଚାର ବିଷୟ କିଏ ହେବେ ଆମ୍ମା | ବଲିଉଡରେ ଚାଲିଛି ବାୟୋପିକ ସିଜିନ | ଇଣ୍ଡ୍ରଷ୍ଟିର ପ୍ରଯୋଜକମାନେ ସତେ ଯେମିତି ବାୟୋପିକ ପ୍ରେମରେ ପଡିଯାଇଛନ୍ତି | ପ୍ରଯୋଜକ ଆଦିତ୍ୟ ଭରଦ୍ୱାଜ ଅଭିନେତ୍ରୀରୂ ସାଜିଥିବା ଜୟଲଳିତାଙ୍କ ବାୟୋପିକ ନିର୍ମାଣ କରିବାକୁ ଯାଉଛନ୍ତି | ଏହି ଫିଲ୍ମିର ନାମ ‘ଆମ୍ମା :ପୁରୁଚି ଥାଲାଇଭି ‘ |ଏହି ଫିଲ୍ମିରେ ଜୟଲଳିତାଙ୍କ ଭୂମିକାରେ ଅଭିନୟ ପାଇଁ ପ୍ରଯୋଜକ ଐଶ୍ୱର୍ଯ୍ୟl ରାଓ ଓ ବାହୁବଳୀ ଫେମ ଅନୁଷ୍କା ସେଟ୍ଟୀଙ୍କୁ ଆପ୍ରୋଚ କରିଛନ୍ତି | ତାମିଲନାଡୁର ପୂର୍ବତନ ମୁଖ୍ୟମନ୍ତ୍ରୀ ଜୟଲଳିତାଙ୍କ ଜୀବନ ଉପରେ ଆଧାରିତ ଏହି ଫିଲ୍ମିର କାହାଣୀ | ଫିଲ୍ମିର ନିର୍ଦେଶନା ଦାୟିତ୍ୱ ନେଇଛନ୍ତି ପି ଭାରତୀରାଜା | ଫିଲ୍ମିର ପ୍ରି ପ୍ରଡକ୍ସନ କାମ ଆରମ୍ଭ ହୋଇସାରିଥିବାବେଳେ ଏହାର ସୁଟିଂ ଡିସେମ୍ବରରେ ହେବ | ତେବେ ଦେଖିବାକୁ ବାକି ରହିଲା କିଏ ଆମ୍ମା ଭୂମିକାରେ ଅଭିନୟ କରିବେ |